17.1 C
Bhubaneswar
Wednesday, December 31, 2025
Homeଓଡିଶାନର୍ସିଂହୋମ୍ ଆଗରେ ମହିଳାଙ୍କ ଶବ ରଖି ଆନ୍ଦୋଳନ

ନର୍ସିଂହୋମ୍ ଆଗରେ ମହିଳାଙ୍କ ଶବ ରଖି ଆନ୍ଦୋଳନ

ଯାଜପୁର : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଜୀବନ ଜ୍ୟୋତି ନର୍ସିଂହୋମ୍‌ରେ ଚାଲିଛି ସ୍ତ୍ରୀ ରୋଗ ପ୍ରସୂତି କାଳୀନସେବା। ସରକାରୀ ହସ୍‌ପିଟାଲରୁ ଡାକ୍ତର ଆସି ମୋଟା ଅଙ୍କର ଟଙ୍କା ନେଇ ଗର୍ଭବତୀ ମହିଳାମାନଙ୍କର ଅସ୍ତ୍ରପଚାର କରାଇ ସେବାଯୋଗାଇ ଦିଆଯାଉ ଥିବାବେଳେ ସପ୍ତାହକ ଭିତରେ ଦୁଇ ଦୁଇଟା ଜୀବନ ନେଇଯାଇଛି ଏହି ନର୍ସିଂହୋମ। ଏହି ଘରୋଇ ନର୍ସିଂହୋମରେ ଅପରେସନ କରୁଥିଲେ ଗର୍ଭବତୀଙ୍କୁ ଜଣେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ମହିଳା ଡାକ୍ତର ଶାନ୍ତିଲତା ମୁର୍ମୁ। ପ୍ରସୂତି ରୋଗୀ ମୃତ ମହିଳା ଜଣକ ହେଲେ ଖଣ୍ଡରା ଅଞ୍ଚଳର ସୁଭଦ୍ରା ପାତ୍ର। ଗତ ୨୫ ତାରିଖ ଦିନ ଯାଜପୁର ଟାଉନ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପ୍ରସୂତି ପ୍ରସବ ପାଇଁ ଆସିଥିଲେ। ପ୍ରସବ ପରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବାପରେ ଗୁରୁତର ହୋଇପଡ଼ିଥିଲେ ମହିଳା ଜଣକ। ସଙ୍ଗେ ସଙ୍ଗେ ମହିଳାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଆଜି ତାଙ୍କର ମୃତ୍ୟୁ ହୋଇଥିବାବେଳେ ମୃତଦେହକୁ ଘରୋଇ ହସ୍ପିଟାଲ ସମ୍ମୁଖରେ ରଖି ନ୍ୟାୟ ଦାବି କରିବା ସହ ଉତ୍ତେଜନା ଦେଖାଦେଇଛି। ପୂର୍ବରୁ ମଧ୍ୟ ସେହି ଘରୋଇ ହସ୍ପିଟାଲରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଲୋକମାନଙ୍କ ଉତ୍ତେଜନା ଦେଖାଦେବା ପରେ ସହରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ରାସ୍ତାଘାଟ ଗାଡ଼ି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ଖବର ପ୍ରଶାସନ ପାଖରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଏହି ନର୍ସିଂହୋମକୁ ସିଲ୍ କରିଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking