17.1 C
Bhubaneswar
Tuesday, November 26, 2024
Homeଓଡିଶାଓଡ଼ିଆ ଚଳଚ୍ଚିତ୍ର ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା: ଅଭିନେତା ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଓଡ଼ିଆ ଚଳଚ୍ଚିତ୍ର ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା: ଅଭିନେତା ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ରାମ’କୁ ସମ୍ବଲପୁରରେ ବିରୋଧ କରାଯିବା ଘଟଣାରେ ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍ କରିଛି ପ୍ରଯୋଜକ ସଂଘ। ଦୁଇ ବର୍ଷ ପର୍ଯ୍ୟନ୍ତ ମନୋଜ ମିଶ୍ରଙ୍କୁ କୌଣସି ପ୍ରଯୋଜକ ଫିଲ୍ମରେ ନ ନେବା ପାଇଁ ନିଷ୍ପତ୍ତି ହୋଇଥିବା ନେଇ ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ) ଓ ସଚ୍ଚିକାନ୍ତ ଜେନା ସୂଚନା ଦେଇଛନ୍ତି।ସମ୍ବଲପୁରରେ ‘ରାମ’ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା।

ଜିତୁ ମଙ୍ଗରାଜ ଏବଂ ମନୋଜ ମିଶ୍ରଙ୍କ ମଧ୍ୟରେ ଚାଲିଥିବା ବ୍ୟକ୍ତିଗତ ଝଗଡ଼ାରେ ବଳିପଡ଼ିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ‘ରାମ’ର ନିର୍ମାତା ଅରିନ୍ଦମ ରାୟ। ଗତ ୨୦ ତାରିଖରେ ସାରା ଓଡ଼ିଶାରେ ଫିଲ୍ମ ରିଲିଜ୍ ହୋଇଥିଲା। ମାତ୍ର ମନୋଜଙ୍କ ସମର୍ଥକମାନେ ସମ୍ବଲପୁରରେ ଶୋ ବନ୍ଦ କରିଦେଇଥିବା ନେଇ ଅଭିଯୋଗ ହୋଇଥିଲା।

ଏନେଇ ଅରିନ୍ଦମଙ୍କୁ ସିନେମାର ବିତରକ ଜଣାଇଥିଲେ। ଏହାପରେ ଅରିନ୍ଦମ ପ୍ରଯୋଜକ ସଂଘକୁ ଏନେଇ ଅବଗତ କରିଥିଲେ। ଅଭିଯୋଗ ନେଇ ଆଜି ସଂଘର ଜରୁରୀ ବୈଠକ ବସିଥିଲା। ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସଂଘ। ଦୁଇ ବର୍ଷ ପର୍ଯ୍ୟନ୍ତ ମନୋଜ ମିଶ୍ରଙ୍କୁ କୌଣସି ପ୍ରଯୋଜକ ଫିଲ୍ମରେ ନ ନେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking