ଭୁବନେଶ୍ୱର: ପ୍ରେମିକ ବିଜୟଙ୍କ ବିବାହକୁ ନେଇ ପ୍ରେମିକା ସୋମାଲିକାଙ୍କ କଡା ମନ୍ତବ୍ୟ । ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି, ପାର୍ଟି ବିଜୟଙ୍କୁ ସୁରକ୍ଷା ଦେଉଛି । ଏଭଳି କିଛି କହିଲେ ସୋମାଲିକା । ଜଗତସିଂହପୁର ପୋଲିସ ମୋର ବୟାନ ରେକର୍ଡ କରିସାରିଛି । ବାରମ୍ବାର ଡାକି ମୋତେ ପଚାରୁଛି, କିନ୍ତୁ ବିଜୟଙ୍କୁ ଥରେ ବି ଡାକିନି । ପାର୍ଟି ପାୱାର ଯୋଗୁଁ ବିଜଙ୍କୁ ପୋଲିସ ଡାକିନି କି ପଚାରୁନି । ଖାଲି ଏତିକି ନୁହେଁ ପୋଲିସ ତଦନ୍ତ କଲା, କିନ୍ତୁ ରେଜଲ୍ଟ କୁଆଡେ ଗଲା । ଏମିତି ପ୍ରଶ୍ନ କଲେ ସୋମାଲିକା । ପଦବୀ, ପାୱାର ପାଇଁ ହିଁ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନି । ତାଙ୍କ ପାର୍ଟି ହିଁ ତାଙ୍କୁ ସେଭ କରୁଛି ବୋଲି କହିଲେ ସୋମାଲିକା ।