24.1 C
Bhubaneswar
Thursday, October 24, 2024
Homeଦେଶ ବିଦେଶଖଲିସ୍ତାନ ଆତଙ୍କୀ ଲଖ୍‌ବୀରର ସମ୍ପତ୍ତି ଜବତ

ଖଲିସ୍ତାନ ଆତଙ୍କୀ ଲଖ୍‌ବୀରର ସମ୍ପତ୍ତି ଜବତ

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ବୁଧବାର ପଞ୍ଜାବର ମୋଗା ସହରରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ଲଖ୍‌ବୀର ସିଂହ ରୋଡେଙ୍କ ସମ୍ପତ୍ତି ଜବତ କରାଯାଇଛି । ଭାରତ ସରକାରଙ୍କ ଦ୍ୱାରା ବେଆଇନ ଘୋଷିତ ‘ଇଣ୍ଟରନ୍ୟାସନାଲ ସିଖ୍ ୟୁଥ୍ ଫେଡେରେସନ’ ମୁଖ୍ୟଭାବେ କାର୍ଯ୍ୟ କରୁଥିବା ଲଖ୍‌ବୀରକୁ ଆତଙ୍କବାଦୀ ଘୋଷଣା କରାଯାଇସାରିଛି । ଲଖ୍‌ବୀର ହେଉଛନ୍ତି ଖଲିସ୍ତାନ ଆନ୍ଦୋଳନର ପୂର୍ବତନ ନେତା ଜର୍ଣ୍ଣେଲ ସିଂହ ଭିନ୍ଦ୍ରନୱାଲେଙ୍କ ପୁତୁରା । ସ୍ୱତନ୍ତ୍ର ଏନ୍‌ଆଇଏ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଲଖ୍‌ବୀରର ୧.୪ ଏକର ଜମି ଓ କୋଠାବାଡି ଜବତ କରାଯାଇଥିବା କୁହାଯାଇଛି । ଲଖ୍‌ବୀର ବିରୋଧରେ ଆତଙ୍କବାଦୀ କାର୍ଯ୍ୟ ସମ୍ପର୍କିତ ୬ଟି ମାମଲା ବିଚାରାଧୀନ ରହିଛି ।

ତେଲେଙ୍ଗାନାରୁ ୧୧ କୋଟିର ସ୍ୱର୍ଣ୍ଣାଳଙ୍କାର ଜବତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking