27.1 C
Bhubaneswar
Saturday, October 19, 2024
Homeଓଡିଶା୧୬ ଓଏପିଏସ୍ ଅଧିକାରୀଙ୍କୁ ପଦୋନ୍ନତି

୧୬ ଓଏପିଏସ୍ ଅଧିକାରୀଙ୍କୁ ପଦୋନ୍ନତି

କଟକ: ରାଜ୍ୟ ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ ୧୬ ଜଣ ଆସିଷ୍ଟା କମାଣ୍ଡାଣ୍ଟଙ୍କୁ ଡେପୁଟି କମାଣ୍ଡାଣ୍ଟ ଭାବେ ପଦୋନ୍ନତି ମିଳିଛି । ଓଡ଼ିଶା ସଶସ୍ତ୍ର ପୋଲିସ ସେବା (ଓଏପିଏସ୍‌)ର ଏହି ଅଧିକାରୀମାନଙ୍କୁ ବଦଳି କରାଯାଇ ନୂତନ ସ୍ଥାନରେ ନିଯୁକ୍ତି ଦିଆଯାଇଥିବା ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ପ୍ରଦୀପ୍ତ କୁମାର ରାଉତଙ୍କୁ ଭୁବନେଶ୍ୱରରୁ କନ୍ଧମାଳ, ଆନନ୍ଦ ଚନ୍ଦ୍ର ନାୟକଙ୍କୁ ଭୁବନେଶ୍ୱରରୁ କଟକ ପୁଲିସ ମୁଖ୍ୟାଳୟ, ମନୋଜ କୁମାର ନାୟକଙ୍କୁ କୋରାପୁଟରେ ଅପରିବର୍ତ୍ତିତ, ସୁବାସ ଚନ୍ଦ୍ର ମାଝିଙ୍କୁ ଭୁବନେଶ୍ୱରୁ କୋରାପୁଟ, ଦିଲ୍ଲୀପ କୁମାର ସାହୁଙ୍କୁ ଝାରସୁଗୁଡ଼ାରୁ ବୁର୍ଲା, ଅରୁଣ କୁମାର ବେହେରାଙ୍କୁ କନ୍ଧମାଳରୁ ବାରିପଦା, ସୁଶାନ୍ତ କୁମାର ସାଥୁଆଙ୍କୁ କଟକରୁ କୋରାପୁଟ, ଲଳିତେନ୍ଦୁ ମହାନ୍ତିଙ୍କୁ ଭୁବନେଶ୍ୱର ୭ମ ବାଟାଲିୟାନରୁ ଓଆଇଏସ୍‌ଏଫ୍‌, ଲଳିତ କୁମାର ବାଘଙ୍କୁ ବୌଦ୍ଧରୁ ଭଞ୍ଜନଗର, ଶିବନାରାୟଣ ନାୟକଙ୍କୁ ଭଞ୍ଜନଗରରୁ ଝାରସୁଗୁଡ଼ା, ଦୀପକ କୁମାର ଗଡ଼ନାୟକଙ୍କୁ କୋରାପୁଟରୁ କଳିଙ୍ଗନଗର, ଅଶୋକ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ଏସ୍‌ଓଜିରୁ ବିପିଏସ୍‌ପିଏ, ସଞ୍ଜିବ କୁମାର ଲାକ୍ରାଙ୍କୁ କୋରାପୁଟରୁ ରାୟଗଡ଼ା, ଅଦୈତ କୁମାର ପ୍ରଧାନଙ୍କୁ ଭୁବନେଶ୍ୱର ଏସ୍‌ଓଜିରୁ ୭ମ ବାଟାଲିୟାନ, ରଜତ କୁମାର କେରକେଟ୍ଟାଙ୍କୁ ଭୁବନେଶ୍ୱର ସିକ୍ୟୁରିଟି ଉଇଙ୍ଗରୁ ମାଲକାନାଗିର (ଡେପଟେସନରେ ଭୁବନେଶ୍ୱର) ଏବଂ ଜୋହନ୍ ଏକ୍କାଙ୍କୁ କଳିଙ୍ଗନଗରରୁ କୋରାପୁଟକୁ ବଦଳି କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking