ଭୁବନେଶ୍ବର: ଆଜି ଓଡିଶାରୁ ବିଦାୟ ନେବେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ । ରାଜ୍ୟପାଳ ଭାବେ ଆଜି ହେଉଛି ତାଙ୍କର ଶେଷଦିନ। ମେ’ ୨୯ ତାରିଖ ୨୦୧୮ରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗଦେଇଥିଲେ ପ୍ରଫେସର ଗଣେଷୀଲାଲ। ତାଙ୍କ ପରେ ଓଡିଶାର ନୂଆ ରାଜ୍ୟପାଳ ଭାବେ ଯୋଗ ଦେବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ । ସେ ଆସନ୍ତା ୨୯ ତାରିଖରେ ଓଡିଶା ଆସିବେ । ୩୧ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତି ତାଙ୍କୁ ଶପଥ ପାଠ କରାଇବେ ।