27.1 C
Bhubaneswar
Monday, July 8, 2024
Homeଓଡିଶାପ୍ରମିଳା ମଲ୍ଲିକଙ୍କୁ ଜବାବ ଦେଲେ ପୃଥ୍ୱୀରାଜ

ପ୍ରମିଳା ମଲ୍ଲିକଙ୍କୁ ଜବାବ ଦେଲେ ପୃଥ୍ୱୀରାଜ

ଭୁବନେଶ୍ୱର :  ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ଜବାବ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଜେଡି ସରକାର କରିଥିବା ରତ୍ନଭଣ୍ଡାର କମିଟି କାହିଁକି ଭାଙ୍ଗିଲା ବୋଲି ପ୍ରମିଳା ମଲ୍ଲିକ ପଚାରିବା ଦୁର୍ଭାଗ୍ୟଜନକ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଆଇନମନ୍ତ୍ରୀ କହିଛନ୍ତି ବିଜେଡି ସରକାର ରାଜ୍ୟରେ ୨୪ ବର୍ଷ ଶାସନ କଲେ । ୨୪ ବର୍ଷରେ ରତ୍ନଭଣ୍ଡାର ଖୋଲିପାରିଲେନି । ଏବେ ପଚାରୁଛନ୍ତି । ରତ୍ନଭଣ୍ଡାର ପାଇଁ ସରକାର ପଦକ୍ଷେପ ନେଇଛନ୍ତି । କମିଟି ଗଠନ କରିଛନ୍ତି । ରତ୍ନଭଣ୍ଡାର ଯଥା ସମୟରେ ଖୋଲା ଯାଇ ଗଣତିମଣତି କରାଯିବ । ପ୍ରତିଟି ଜିନିଷର ଡିଜିଟାଲ ଫଟୋ କପି ହେବା ସହ ସଂରକ୍ଷଣ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ମନ୍ଦ ଉଦେ୍ଧଶ୍ୟ ରଖି ରତ୍ନଭଣ୍ଡାର କମିଟି ଭଙ୍ଗାଗଲା ବୋଲି ପ୍ରମିଳା ମଲ୍ଲିକ କହିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking