କଟକ: ଚୌଦ୍ବାର ଜେଲରୁ ଫେରାର କଏଦୀ ଗିରଫ । ବିହାରର ରାଜା ସାହାଣୀକୁ ଗିରଫ କରିଛି କମିସନରେଟ୍ ପୁଲିସର ସ୍ବତନ୍ତ୍ର ଟିମ୍ । ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଯୋଗେଶ ବାହାଦୂର୍ ଖୁରାନିଆ । ଅଭିଯୁକ୍ତ ଛଦ୍ମ ବେଶରେ ସେଠାରେ ଲୁଚି ରହିଥିଲା । ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କମିସନରେଟ ପୁଲିସ ଓଡ଼ିଶା ଆଣୁଛି । ଏବେ ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ଫେରାର ପଛର ଗୁମରର ପର୍ଦ୍ଦାଫାସ ହେବ । ପୂର୍ବରୁ ଅନ୍ୟତମ ସହଯୋଗୀ ମଧୁକାନ୍ତ ରଣା ବୃନ୍ଦାବନରୁ ଗିରଫ ହୋଇଥିଲା ।ସେଠାରେ ଏକ ଆଶ୍ରମରେ ରହିଥିବା ବେଳେ ପୋଲିସ ତାକୁ ଧରିଥିଲା । ଅଭିଯୁକ୍ତ ଦୁଇଜଣ ଜେଲ୍ ଗ୍ରିଲ୍ କାଟି ଯୋଜନାବଦ୍ଧ ଭାବରେ ଚମ୍ପଟ ମାରିଥିଲେ । ଦଶହରା ଭସାଣି ଦିନ ସକାଳୁ ଜେଲରୁ ଚମ୍ପାଟ ମାରିଥିଲେ ।










