25.1 C
Bhubaneswar
Monday, January 12, 2026
Homeଓଡିଶାପ୍ରମୁଖ ସଚିବ ଶ୍ରୀମତୀ ପାଢୀଙ୍କ ଦୁଇ ଦିନିଆ ଜଗତସିଂହପୁର ଗସ୍ତ

ପ୍ରମୁଖ ସଚିବ ଶ୍ରୀମତୀ ପାଢୀଙ୍କ ଦୁଇ ଦିନିଆ ଜଗତସିଂହପୁର ଗସ୍ତ

ଭୁବନେଶ୍ବର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି । କୌଣସି କାର୍ଯ୍ୟକ୍ରମ ର ସଫଳ ରୂପାୟନ ନିମନ୍ତେ ସଠିକ୍ ଯୋଜନା, ନୂତନ ତଥା ଉନ୍ନତ ଚିନ୍ତାଧାରାର ବିଶ୍ଳେଷଣ ଏବଂ ସର୍ବୋପରି ପ୍ରତ୍ୟେକ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଠିକ୍ ସମନ୍ଵୟ ନିତାନ୍ତ ଆବଶ୍ୟକ ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

ଶ୍ରୀମତୀ ପାଢ଼ୀ ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତ, ପୌରାଞ୍ଚଳ ତଥା ଅନୁଷ୍ଠାନ ପରିଦର୍ଶନ କରି ହିତାଧୀକାରୀ ଏବଂ ସାଧାରଣ ଲୋକଙ୍କ ଠାରୁ ଶୁଣିଥିବା ସମସ୍ୟା ଗୁଡିକୁ ଗୋଟି ଗୋଟି କରି ବିଭାଗୀୟ ଅଧିକାରୀ ମାନଙ୍କ ନିକଟରୁ ପଚାରି ବୁଝିଥିଲେ। ପ୍ରଥମେ ଏଲ ଡି ଏମ, ବ୍ୟାଙ୍କଙ୍କୁ ମହିଳା ଉଦ୍ୟୋଗୀ ମାନଙ୍କୁ ସୁବିଧାରେ ଋଣ ଯୋଗାଣ ପାଇଁ ପରାମର୍ଶ ଦେଇଥିଲେ। ଏସ ଏଚ ଜି ଗ୍ରୁପ ବ୍ୟତୀତ ବ୍ୟକ୍ତିଗତ ଭାବେ ଯେଉଁମାନେ ଖୁବ୍ ଭଲ କାମ କରୁଛନ୍ତି, ସେପରି ମହିଳା ମାନଙ୍କୁ ନିଜସ୍ୱ ଅନୁଷ୍ଠାନ ଗଢ଼ିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମ ରେ ଋଣ, ସବସିଡି ଆଦି ଯୋଗାଇ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏହିପରି ମହିଳା ମାନଙ୍କୁ ଚିହ୍ନଟ କରି ଗୋପାଳନ, ମତ୍ସ୍ୟଚାଷ, ପରିବା ଚାଷ ଆଦି ଲାଭଜନକ ବ୍ୟବସାୟ ପ୍ରତିଷ୍ଠାନ ନିମନ୍ତେ ସହାୟତା ଯୋଗାଇବ ପାଇଁ ଡିପିସି ମିଶନ ଶକ୍ତି, ଡିପିଏମ ଓ ଏଲ୍ଏମଙ୍କୁ ଉପଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇବା, ଅମୃତ ମିଶନ, ପାନୀୟ ଜଳ ଯୋଗାଣ ସମସ୍ୟା ଓ ନିରାକରଣ, କୃଷି, ଉଦ୍ୟାନ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଶକ୍ତି ବିଭାଗ, ସାମାଜିକ ସୁରକ୍ଷା, ଏସ ସି,ଏସ ଟି ଉନ୍ନତିକରଣ ଉପରେ ବିଷଦ ଆଲୋଚନା ହୋଇଥିଲା।

ଜିଲ୍ଲା ରେ ଉପଲବ୍ଧ ସରକାରୀ ଜମିର ସଦୁପଯୋଗ କରି ବହୁତଳ କୋଠା ତିଆରି ସହ ରାଜସ୍ବ ଆଦାୟ ତଥା ରୋଜଗାର ସୃଷ୍ଟି ପାଇଁ ଅଭିନବ ଉପାୟ ଅବଲମ୍ବନ କରିବା କୁ ଉପଦେଶ ଦେଇଥିଲେ। ଶିକ୍ଷା କ୍ଷେତ୍ର ରେ ଜିଲ୍ଲା ର ଉତ୍ତମ ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଆହୁରି ଉନ୍ନତି କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପୌର ଅଞ୍ଚଳର ଆବଶ୍ୟକତାକୁ ବୁଝି ଉପଯୁକ୍ତ ପଦକ୍ଷେପ ନେବା ସହ ସମସ୍ୟାର ସମାଧାନ କରିବା ପାଇଁ ଦୁଇ ପୌର ପରିଷଦର ନିର୍ବାହୀ ଅଧିକାରୀ ଙ୍କୁ ଉପଦେଶ ଦେଇଥିଲେ।

ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜିଲ୍ଲା ର ବିଭିନ୍ନ ସମସ୍ୟା ସମ୍ପର୍କରେ ଶ୍ରୀମତୀ ପାଢ଼ୀ ଙ୍କୁ ଅବଗତ କରାଇବା ସହ ଉନ୍ନତିମୂଳକ କାର୍ଯ୍ୟର ରୂପରେଖ କହିଥିଲେ। ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ନୂତନ ପଦକ୍ଷେପ ଗ୍ରହଣ ସହ ସରକାରଙ୍କ ଯୋଜନାକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରମୁଖ ସଚିବ ଜିଲ୍ଲାପାଳ ଙ୍କୁ ପରମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ଶ୍ରୀ ସମ୍ବିତ କୁମାର ରାଉତ, ଶ୍ରୀ ନିରଞ୍ଜନ ବେହେରା,ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠିଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷତ୍ରିୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking