କେନ୍ଦ୍ରାପଡ଼ା : ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ । ଲାଞ୍ଚ ନେଇ ଧରାପଡିଲେ କେନ୍ଦ୍ରାପଡ଼ା ଟାଉନ୍ ହାଇସ୍କୁଲର ପ୍ରଧାନଶିକ୍ଷକ ନିରଞ୍ଜନ ଅତି । ଏହାସହିତ ପ୍ରଧାନଶିକ୍ଷକଙ୍କ ନିକଟରୁ ନଗଦ ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ । ଲୋନ୍ କାଗଜପତ୍ରରେ ଦସ୍ତଖତ ପାଇଁ ନିଜ ସ୍କୁଲର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ । ମାତ୍ର ୫ ହଜାର ଟଙ୍କା ଲାଞ୍ଚ ନେବାର ଅଭିଯୋଗ ହୋଇଛି । ଏହି ଆଧାରରେ ଭିଜିଲାନ୍ସ ପ୍ରଧାନଶିକ୍ଷକଙ୍କୁ କାବୁ କରିଛି । ପ୍ରଧାନଶିକ୍ଷକଙ୍କ ଠାରୁ କିଛି ନଗଦ ଟଙ୍କା ଜବତ ହୋଇଥିବା ଜଣାପଡିଛି । ସେପଟେ ଏନେଇ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।