34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଶିରିଡ଼ି ସାଇ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା; ୭୫୦୦ କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ

ଶିରିଡ଼ି ସାଇ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା; ୭୫୦୦ କୋଟି ଟଙ୍କା ପ୍ରକଳ୍ପର ଉଦ୍‌ଘାଟନ

ଶରିଡ଼ି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଶିରିଡ଼ିର ସାଇବାବା ମନ୍ଦିରରେ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ସେ ୭୫୦୦ କୋଟି ଟଙ୍କାର କେତେକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସାଇ ମନ୍ଦିରରେ ନୂତନ ଦର୍ଶନ କରିଡର ପରିସରର ଉଦଘାଟନ ମଧ୍ୟ କରିଛନ୍ତି । ୨୦୧୮ରେ ଏହାର  ଶିଳାନ୍ୟାସ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଅହମଦନଗରର ଶିରିଡ଼ିରେ ନିଲବଣ୍ଡେ ବନ୍ଧର ଜଳପୂଜନ କରିବା ସହିତ କେନାଲ୍ ନେଟ୍‌ୱର୍କ ଦେଶକୁ ସମର୍ପିତ କରିଥିଲେ । ୮୫ କିମି ଲମ୍ବ ଏହି କେନାଲ୍‌ର ଲାଭ ୭ ତହସିଲର (ଅହମନଗର ଜିଲ୍ଲାର ୬ ଏବଂ ନାସିକ ଜିଲ୍ଲାର ଗୋଟିଏ) ୧୮୨ ଗ୍ରାମକୁ ମିଳିବ । ୧୯୭୦ରେ ପ୍ରଥମ ଥର ପାଇଁ ଏହି ବନ୍ଧର ପରିକଳ୍ପନା କରାଯାଇଥିଲା । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ ଏହି ବନ୍ଧକୁ ପ୍ରାୟ ୫୧୭୭ କୋଟି ଟଙ୍କା ବ୍ୟୟରେ ବିକାଶିତ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking