25.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶବିହାର ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ ଉପହାର: ବ୍ୟାଙ୍କ ଆକାଉଣ୍ଟକୁ ଗଲା ୧୦ ହଜାର ଟଙ୍କା

ବିହାର ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ ଉପହାର: ବ୍ୟାଙ୍କ ଆକାଉଣ୍ଟକୁ ଗଲା ୧୦ ହଜାର ଟଙ୍କା

ବିହାର: ବିହାର ମହିଳାଙ୍କୁ ବଡ ଉପହାର ଦେଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କଲେ ମୋଦି । ଭିଡିଓ କନଫେରେନ୍ସିଂ ଜରିଆରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାରଙ୍କ ନୂଆ ଯୋଜନା । ପ୍ରଥମ କିସ୍ତିରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ୧୦ ହଜାର ଟଙ୍କା । ଏହି ଯୋଜନାରେ ୭୫ ଲକ୍ଷ ମହିଳା ଏହି ଯୋଜନାରେ ସାମିଲ ହୋଇଛନ୍ତି । ଆରଜେଡିକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଆରଜେଡିର ଶାସନ ସମୟରେ ଘରେ କେହି ସୁରକ୍ଷିତ ନଥିଲେ। ମହିଳାମାନେ ସବୁଠାରୁ ଅଧିକ କଷ୍ଟ ଭୋଗିଥିଲେ। ସେମାନେ ଆରଜେଡି ନେତାଙ୍କ ଅତ୍ୟାଚାର ଦେଖିଥିଲେ, କିନ୍ତୁ ନୀତିଶ କୁମାରଙ୍କ ଶାସନରେ ଝିଅମାନେ ମୁକ୍ତ ଭାବରେ ବୁଲୁଛନ୍ତି। ଆମେ ମହିଳାଙ୍କ ସୁରକ୍ଷା ପାଇଁ ଉଜ୍ଜ୍ୱଳା ଯୋଜନା ପ୍ରଣୟନ କରିଛୁ।”
ଆହୁରି କହିଥିଲେ, “ଯେତେବେଳେ ଏକ ସରକାର ମହିଳାମାନଙ୍କୁ କେନ୍ଦ୍ରରେ ରଖି ନୀତି ପ୍ରଣୟନ କରେ, ଏହା ସମାଜର ଅନ୍ୟ ବର୍ଗକୁ ମଧ୍ୟ ଲାଭ ପହଞ୍ଚାଏ। ଉଦାହରଣ ସ୍ୱରୂପ, ସମଗ୍ର ବିଶ୍ୱ ଉଜ୍ଜ୍ୱଳା ଯୋଜନା ଦ୍ୱାରା ହୋଇଥିବା ଗଭୀର ପରିବର୍ତ୍ତନର ସାକ୍ଷୀ ହେଉଛି । ସୁସ୍ଥ ମହିଳା, ସଶକ୍ତ ପରିବାର ଅଭିଯାନ ଚାଲିଛି। ଏହି ଅଭିଯାନ ଅଧୀନରେ ଗ୍ରାମ ଏବଂ ସହରରେ 450,000 ରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଉଛି। ରକ୍ତହୀନତା, ରକ୍ତଚାପ, ମଧୁମେହ ଏବଂ କର୍କଟ ଭଳି ଗମ୍ଭୀର ରୋଗର ସ୍କ୍ରିନିଂ କରାଯାଉଛି ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking