30.1 C
Bhubaneswar
Monday, September 23, 2024
Homeଦେଶ ବିଦେଶ‘ଭାରତ ଶକ୍ତି’ ସାମରିକ ଅଭ୍ୟାସର ତଦାରଖ କରିବେ ପ୍ରଧାନମନ୍ତ୍ରୀ

‘ଭାରତ ଶକ୍ତି’ ସାମରିକ ଅଭ୍ୟାସର ତଦାରଖ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ମଙ୍ଗଳବାର ପୋଖରାନରେ ସାମରିକ ଶକ୍ତି ଦେଖାଇବାକୁ ଯାଉଛି ଭାରତ। ଏହି ପରିପ୍ରେକ୍ଷୀରେ ରାଜସ୍ଥାନସ୍ଥିତ ପୋଖରାନରେ ଭାରତର ଜଳ, ସ୍ଥଳ ଏବଂ ବାୟୁସେନାର ମିଳିତ ସ୍ତରରେ ଏକ ବଡ଼ ସମରାଭ୍ୟାସ ହେବାକୁ ଯାଉଛି। ତିନି ସେନାର ସ୍ୱଦେଶୀ ଯୁଦ୍ଧାସ୍ତ୍ରକୁ ନେଇ ପ୍ରଦର୍ଶିତ ହେବ ‘ଭାରତ ଶକ୍ତି’। ସେନାରେ ସାମିଲ ହେଉଥିବା ଅସ୍ତ୍ରଶସ୍ତ୍ର, ସ୍ୱଦେଶୀ ହତିଆରର କ୍ଷମତା ତଥା ଶକ୍ତି ପ୍ରଦର୍ଶନ ପାଇଁ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଭାରତୀୟ ସେନାର ଏହି ସମରାଭ୍ୟାସକୁ ‘ଭାରତ ଶକ୍ତି’ ନାମ ଦିଆଯାଇଛି। ଏହି ସମରାଭ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି। ଏହି ଗସ୍ତ ସମୟରେ ‘ଭାରତ ଶକ୍ତି’ ସାମରିକ ଅଭ୍ୟାସର ତଦାରଖ କରିବେ ମୋଦୀ। ସେନାର ଶକ୍ତି ତଥା ଆତ୍ମବିଶ୍ୱାସକୁ ଉଚ୍ଚ ସ୍ତରରେ ପହଞ୍ଚାଇବାରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସ୍ୱଦେଶୀ ଅସ୍ତ୍ର କେତେ ସକ୍ଷମ ଓ କେତେ ଭରସାଯୋଗ୍ୟ ଏନେଇ ପରୀକ୍ଷଣ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking