31.1 C
Bhubaneswar
Tuesday, April 7, 2026
Homeଖେଳଶୁଟର ମନୁ ଭାକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଶୁଟର ମନୁ ଭାକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଇଥିବା ଶୁଟର ମନୁ ଭାକରଙ୍କୁ ଢେର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁଟିଂରେ ପଦକ ଜିତିବାରେ ମନୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ତେଣୁ ପ୍ରଧାନମନ୍ତ୍ରୀ ତାଙ୍କ ପାଇଁ ଏକ ସ୍ଵତନ୍ତ୍ର ବାର୍ତ୍ତା ଦେଇ ଏହା ଏକ ଐତିହାସିକ ପଦକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନିଜ ଏକ୍ସ’ ଆକାଉଣ୍ଟରେ ଲେଖିଛନ୍ତି, ‘ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବାରୁ ଶୁଭେଚ୍ଛା। ଏହା ଏକ ଐତିହାସିକ ପଦକ। ବହୁ ଭଲ କରିଛ। ପ୍ରଥମ ଭାରତୀୟ ମହିଳା ଭାବେ ଶୁଟିଂରେ ପଦକ ଜିତିଥିବାରୁ ଏହି ସଫଳତା ଅତ୍ୟନ୍ତ ସ୍ଵତନ୍ତ୍ର। ଏହା ଏକ ଅତୁଳନୀୟ ସଫଳତା।’ ୨୨ ବର୍ଷୀୟା ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି। ହରିୟାଣା ସରକାର ମଧ୍ୟ ମନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking