30.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶ୫୦ ତମ ଜି୭ ନେତାଙ୍କ ସମ୍ମିଳନୀ ପାଇଁ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ

୫୦ ତମ ଜି୭ ନେତାଙ୍କ ସମ୍ମିଳନୀ ପାଇଁ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଳ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦ ତମ ଜି୭ ନେତାଙ୍କ ସମ୍ମିଳନୀରେ ଭାଗ ନେବାକୁ ଇଟାଲୀ ଗସ୍ତରେ ବାହାରିଛନ୍ତି । ତୃତୀୟ କାର୍ଯ୍ୟକାଳ ପାଇଁ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଯାତ୍ରା । ଇଟାଲୀରେ ଜି-ସେଭେନ ବୈଠକ ବସୁଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ । ଏହି ବୈଠକରେ ଆମେରିକା, ଫ୍ରାନ୍ସ, ଜାପାନ, କାନାଡା ଓ ୟୁକ୍ରେନ ଦେଶର ରାଷ୍ଟ୍ରମୁଖ୍ୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଇଟାଲୀରେ ୫୦ତମ ଜି-ସେଭନେ ସମ୍ମିଳନୀ ଆୟୋଜିତ ହେଉଛି । ନିଜ ଗସ୍ତ ବେଳେ ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଜୁନ୍ ୧୩ ରୁ ୧୫ ପର୍ଯ୍ୟନ୍ତ ଇଟାଲୀର ଆପୁଲିଆ ଅଞ୍ଚଳର ବିଳାସପୂର୍ଣ୍ଣ ବୋର୍ଗୋ ଏଗନାଜିଆ ରିସର୍ଟରେ ଆୟୋଜିତ ଏହି ଶିଖର ସମ୍ମିଳନୀରେ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଇସ୍ରାଏଲ୍-ହାମାସ୍ ବିବାଦ ସମେତ ବିଶ୍ୱସ୍ତରୀୟ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking