ନୂଆଦିଲ୍ଲୀ: ଆଗକୁ ଆସୁଛି ତ୍ରିପୁରା ବିଧାନସଭା ନିର୍ବାଚନ । ଆଉ କିଛି ଦିନ ପରେ ନିର୍ବାଚନ । ନିଜ କାମରେ ଲାଗିପଡିଛନ୍ତି ରାଜନ୍ରେତିକ ଦଳ । ଭୋଟରମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଉଦ୍ୟମ ଜାରି ରହିଛି । ନିର୍ବାଚନକୁ ଆଖି ଆଗରେ ରଖି ପ୍ରଚାର ପାଇଁ ବଡ ବଡିଆ ନେତାଙ୍କ ସୁଅ ଛୁଟିଛି ତ୍ରିପୁରାକୁ ।
ସୂଚନା ମୁତାବକ, ଆଜି ତ୍ରିପୁରା ଗସ୍ତରେ ଆସି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପିର ୨ଟି ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ତ୍ରିପୁରାରେ ପହଂଚିବା ପରେ ମଧ୍ୟାହ୍ନ ୧୨ଟା ସମୟରେ ଧଲାଇ ଜିଲ୍ଲାର ଆମ୍ବାସା ଅଞ୍ଚଳରେ ପ୍ରଥମ ରାଲିକୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତରୀ ନରେନ୍ଦ୍ର ମୋଦୀ । ଏହାପରେ ଅପରାହ୍ନ ୩ଟାରେ ଗୋମତିରେ ଆଉ ଏକ ନିର୍ବାଚନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।