ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା । ସାରା ବିଶ୍ୱ ଆଜି ଭକ୍ତମୟ। ସମସ୍ତେ ଚାହିଁ ବସିଛନ୍ତି ରଥ ଉପରେ କାଳିଆ ଠାକୁରକୁ ଦର୍ଶନ କରି ଚର୍ମ ଚକ୍ଷୁକୁ ପବିତ୍ର କରିବେ। କାଳିଆର ପ୍ରେମରେ ମଗ୍ନ ହେବେ ଆଉ ଚକାଆଖିରେ ନିଜକୁ ହଜେଇଦେବେ।
ଶ୍ରୀଜିଉଙ୍କ ଅପେକ୍ଷାରେ ସିଂହଦ୍ୱାରରେ ରହିଛି ତିନି ରଥ । ପହଣ୍ଡିରେ ଆସି ରଥାରୁଢ ହେଲା ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ଜଗନ୍ନାଥ । ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରେରେ ଭବ୍ୟ ପ୍ରସ୍ତୁତି ହୋଇଥିବା ବେଳେ, କଡ଼ା ସୁରକ୍ଷା ବଳୟରେ ରହିଛି ବଡ଼ ଦାଣ୍ଡ । ଦେଶର କୋଣ ଅନୁକୋଣରୁ ରଥାରୁଢ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଦୌଡ଼ି ଆସିଛନ୍ତି ଶ୍ରଦ୍ଧାଳୁ ।