18.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଦେଶପ୍ରତି ଦାୟିତ୍ୱବୋଧକୁ ମନେ ପକେଇ ଦେଇଦେଲେ ମୋଦୀ

ଦେଶପ୍ରତି ଦାୟିତ୍ୱବୋଧକୁ ମନେ ପକେଇ ଦେଇଦେଲେ ମୋଦୀ

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ଏକତାର ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ବିରୋଧୀ ଦଳର ନେତାମାନଙ୍କୁ ଅନୁରୋଧ କରି କହିଛନ୍ତି ଅତୀତର ତିକ୍ତତାକୁ ଦୂର କରି ସରକାରଙ୍କ ସହ ମିଶି ଭାରତର ବିକାଶ ପାଇଁ କାର୍ଯ୍ୟ କରନ୍ତୁ। ତେବେ ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ଏକଥା କହିଛନ୍ତି ମୁଁ ଦେଶର ସମସ୍ତ ସାଂସଦଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଜାନୁଆରିରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମକୁ ଯେତିକି ସଂଗ୍ରାମ କରିବାକୁ ପଡିଛି ଆମେ ସଂଗ୍ରାମ କରିଛେ କିନ୍ତୁ ବର୍ତ୍ତମାନ ସେହି ସମୟ ଶେଷ ହୋଇଛି। ଜନସାଧାରଣ ସେମାନଙ୍କ ମତ ଦେଇ ସାରିଛନ୍ତି। ଏବେ ଆମକୁ ନିଜ ଦେଶ ପାଇଁ କାମ କରିବାକୁ ପଡ଼ିବ। ଆଜି ସଂସଦର ବଜେଟ୍ ଅଧିବେଶନ। ପ୍ରଥମେ ସାଂସଦ ଓ ଦେଶବାସୀଙ୍କୁ ଶ୍ରାବଣ ମାସ ପ୍ରଥମ ସୋମବାର ଅବସରରେ ଶୁଭେଚ୍ଛା ଜଣାଇବା ସହ ମୋଦୀ ତାଙ୍କର ଅଭିଭାଷଣ ଆରମ୍ଭ କରିଛନ୍ତି। ଏହାପରେ ସାଂସଦ ଓ ମନ୍ତ୍ରୀମାନଙ୍କର ଦେଶପ୍ରତି ଦାୟିତ୍ୱବୋଧକୁ ମନେ ପକାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀ କହିିଛନ୍ତି ଆଜି ସଂସଦର ମୌସୁମୀ ଅଧିବେଶନର ଆରମ୍ଭ । ଦେଶ ଅତି ସତର୍କତାର ସହ ଦେଖୁଛି ସଂସଦର ଏହି ଅଧିବେଶନ ସକାରାତ୍ମକ, ସୃଜନାତ୍ମକ ହେଉ ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବାକୁ ସମର୍ଥ ହେଉ ସେଥିପାଇଁ ସମସ୍ତେ ସଚେତନ ରହିବା ଜରୁରୀ । ଏହି ବଜେଟ୍ ମଜବୁତ ମୂଳଦୂଆ ରଖିଲାବାଲା ହେବା ଦରକାର । ଭାରତୟ ଗଣତନ୍ତ୍ର ଯେଉଁ ଗୌରବମୟ ଯାତ୍ରା ସ୍ୱାଧୀନତା ସହ ଆରମ୍ଭ କରିଥିଲା ସେଥିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ବ୍ୟକ୍ତିଗତ ଭାବେ ମୋତେ ଏବଂ ମୋର ସମସ୍ତ ସାଥୀଙ୍କ ପାଇଁ ଏହା ଏକ ଗାରିମାମୟ ବିଷୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking