ନୂଆଦିଲ୍ଲୀ : ପ୍ରତିବର୍ଷ ଡିସେମ୍ବର ୪ ତାରିଖକୁ ଭାରତରେ ନୌସେନା ଦିବସ ଭାବେ ପାଳନ କରାଯାଏ। ୧୯୭୧ ଭାରତ-ପାକ୍ ଯୁଦ୍ଧରେ ‘ଅପରେସନ ଟ୍ରାଇଡେଣ୍ଟ’ର ଉପଲବ୍ଧିକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ ହୁଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ରବିବାର ନୌସେନାର ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ ‘ନୌସେନା ଦୃଢତାର ସହ ଦେଶର ରକ୍ଷା କରିଛି ଓ କଠିନ ସମୟରେ ନିଜର ମାନବୀୟ ଭାବନା ଲାଗି ଏକ ପୃଥକ ପରିଚୟ ସୃଷ୍ଟି କରିଛି’ । ପ୍ରଧାନମନ୍ତ୍ରୀ ମୋଦି ଏ ନେଇ ଏକ ଟ୍ୱିଟ୍ କରିଥିବା ବେଳେ ସବୁ ନୌସୈନିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ନୌସେନା ଦିବସର ଶୁଭ କାମନା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଭାରତର ସମୃଦ୍ଧ ସାମୁଦ୍ରିକ ଇତିହାସକୁ ନେଇ ଆମେ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୧୯୭୧ ମସିହା ଡିସେମ୍ବର ୩ ତାରିଖ ରାତିରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ମୁମ୍ବାଇ ଛାଡିଥିଲା। ତେବେ ତାକୁ ଜଣା ନଥିଲା ସମୁଦ୍ରରେ ସେମାନଙ୍କୁ ପାକିସ୍ତାନୀ ବୁଡ଼ା ଜାହାଜ ପିଏନଏସ୍ ହଙ୍ଗୋର ଆକ୍ରମଣ କରିବାକୁ ଅପେକ୍ଷା କରି ରହିଛି। ତେବେ ବୁଡ଼ା ଜାହାଜ ଏୟାର କଣ୍ଡିସନରରେ କିଛି ସମସ୍ୟା ଉପୁଜିବାରୁ ତାକୁ ଉପରୁ ଉଠିବାକୁ ପଡିଥିଲା। ଏଥିରୁ ଭାରତୀୟ ନୌସେନାକୁ ପାକ୍ ବୁଡାଜାହାଜର ଅବସ୍ଥିତି ଜଣା ପଡିଯାଇଥିଲା।
ତତ୍କାଳୀନ ନେଭି ଚିଫ୍ ଆଡମିରାଲ ଏସ.ଏମ.ନନ୍ଦାଙ୍କ ନେତୃତ୍ୱରେ ଅପରେସନ ଟ୍ରାଇଡେଣ୍ଟର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏଥିରେ ଭାରତୀୟ ଜଳ ସୀମାରେ ବୁଲୁଥିବା ପାକିସ୍ତାନୀ ବୁଡା ଜାହାଜକୁ ପାଣି ତଳେ ନଷ୍ଟ କରିବାର ଦାୟିତ୍ୱ ଆଣ୍ଟି ସବମେରିନ ଫ୍ରିଗେଟ୍ ଆଇଏନଏସ୍ ଖୁଖରୀ ଓ କୃପାଣକୁ ଦିଆଯାଇଥିଲା। ଏହି ଟାସ୍କର ଦାୟିତ୍ୱ ୨୫ତମ ସ୍କ୍ୱାଡ୍ରନ କମାଣ୍ଡର ବବୃବାହନ ଯାଦବ ନେଇଥିଲେ। ଅପରେସନ ଟ୍ରାଇଡେଣ୍ଟରେ ଭାରତୀୟ ନୌସେନା ୪ ଡିସେମ୍ବର ୧୯୭୧ରେ କରାଚୀ ନୌସେନା ମୁଖ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରିଦେଇଥିଲା। ଏଥିରେ ଆମ୍ୟୁନିସନ ସପ୍ଲାଇ ସିପ୍ ସମେତ ଅନେକ ଜାହାଜ ନଷ୍ଟ କରିଦିଆଯାଇଥିଲା। ଏକ ପାକ୍ ଅୟେଲ ଟ୍ୟାଙ୍କର ମଧ୍ୟ ବିଧ୍ୱଂସ୍ତ ହୋଇଥିଲା।
ତେବେ ଏହି ଯୁଦ୍ଧରେ ଭାରତୀୟ ନୌସେନାର ଆଇଏନଏସ୍ ଖୁଖରୀ ସମୁଦ୍ରରେ ବୁଡି ଯାଇଥିଲା। ଏହା ସହ ଜାହାଜର ୧୮ ଅଧିକାରୀଙ୍କ ସମେତ ପାଖାପାଖି ୧୭୪ ନୌସେନିକ ଶହିଦ ହୋଇଥିଲେ। ବଦଳରେ ତତ୍କାଳୀନ ପୂର୍ବ ପାକିସ୍ତାନ (ବାଂଲାଦେଶ)ରେ ପାକିସ୍ତାନର ହାର ହୋଇଥିଲା।
Best wishes on Navy Day to all navy personnel and their families. We in India are proud of our rich maritime history. The Indian Navy has steadfastly protected our nation and has distinguished itself with its humanitarian spirit during challenging times. pic.twitter.com/nGxoWxVLaz
— Narendra Modi (@narendramodi) December 4, 2022