19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶବିରୋଧୀ ଦଳର ଇଣ୍ଡିଆ ନାଁକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଆକ୍ଷେପ : ଇଣ୍ଡିଆନ୍ ମୁଜାହିଦ୍ଦିନ୍ ଓ ଇଷ୍ଟ...

ବିରୋଧୀ ଦଳର ଇଣ୍ଡିଆ ନାଁକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଆକ୍ଷେପ : ଇଣ୍ଡିଆନ୍ ମୁଜାହିଦ୍ଦିନ୍ ଓ ଇଷ୍ଟ ଇଣ୍ଡିଆ କମ୍ପାନୀରେ ବି ଇଣ୍ଡିଆ ନାଁ ଥିବା କହି କଲେ କଟାକ୍ଷ

ନୂଆଦିଲ୍ଲୀ:ବିରୋଧୀ ଦଳର ଇଣ୍ଡିଆ ନାଁକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଡା ଆକ୍ଷେପ । ମୋଦୀ କହିଛନ୍ତି ଇଣ୍ଡିଆ ନାଁ ରଖିଥିଲେ କିଛି ହୋଇଯିବ ନାହିଁ । ଇଣ୍ଡିଆନ୍ ମୁଜାହିଦ୍ଦିନ୍ ଓ ଇଷ୍ଟ ଇଣ୍ଡିଆ କମ୍ପାନୀରେ ବି ଇଣ୍ଡିଆ ନାଁ ଥିବା କହି ବିରୋଧୀଙ୍କୁ କଟାକ୍ଷ କରିଛନ୍ତି । ବିଜେପି ସଂସଦୀୟ ଦଳକୁ ସମ୍ବୋଧନ କରି ମୋଦୀ କହିଛନ୍ତି ବିରୋଧୀ ଏବେ ଦିଗହରା ଓ ହତାଶ ହୋଇପଡ଼ିଛନ୍ତି । ପୂର୍ବରୁ ବିରୋଧୀ ଏପରି ଦିଗହରା ହୋଇଥିବା ସେ କେବେ ଦେଖିନାହାନ୍ତି ବୋଲି ମୋଦୀ କହିଛନ୍ତି ।
ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଏପରି ଲାଗୁଛି ଯେ, ଦୀର୍ଘ ସମୟ ଧରି ବିରୋଧୀଙ୍କ ସରକାରକୁ ଆସିବାର ଇଚ୍ଛା ନାହିଁ । ଅଧିବେଶନ ଆରମ୍ଭ ପୂର୍ବରୁ ବିଜେପି ସଂସଦୀୟ ଦଳର ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସେପଟେ ସଂସଦର ମୌସୁମୀ ଅଧିବେଶନରେ ମଣିପୁର ଘଟଣାକୁ ନେଇ ହୋହଲ୍ଲା ଲାଗି ରହିଛି । ଏହି ଘଟଣାରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିଆସୁଛନ୍ତି । ଏହା ସହ ଏହି ପ୍ରସଙ୍ଗରେ ସଂସଦରେ ଆଲୋଚନା କରିବାକୁ ଦାବି କରୁଛନ୍ତି ବିରୋଧୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking