ନୂଆଦିଲ୍ଲୀ: ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହେଉଛି ଚଳିତ ବର୍ଷର ଆଦିମ ହୋତ୍ସବ ସମାରୋହ । ଏଥିରେ ଓଡ଼ିଶାର ଦୁଇଟି କୃଷକ ଉତ୍ପାଦକ ସଂଗଠନ – କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃ ଏବଂ ନବରଙ୍ଗପୁର ଜିଲ୍ଲାର ଭଣ୍ଡାର ଘରଣୀ କୃଷକଉତ୍ପାଦକ କମ୍ପାନୀ ଲିମିଟେଡ ଅଂଶଗ୍ରହଣ କରିଛନ୍ତି । ଆଦିମ ହୋତ୍ସବ କାର୍ଯ୍ୟକ୍ରମ ଗତ ୧୬ତାରିଖ ଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହିକାର୍ଯ୍ୟକ୍ରମ ଆଦିବାସୀ ଲୋକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ଉତ୍ପାଦିତ ହଳଦୀ, କଫି, ମାଣ୍ଡିଆ, ବାଜରା ଜାତୀୟ ଫସଲ ଏବଂ ଅନ୍ୟାନ୍ୟ ପ୍ରାକୃତିକ ଜୈବିକ ଉତ୍ପାଦ ଏହି ଦୁଇ ସଂଗଠନ ପକ୍ଷରୁ ବିକ୍ରି କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିମହୋତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହିତ ଅଂଶଗ୍ରହଣକାରୀଙ୍କ ସହିତ ମତ ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା ସେମାନଙ୍କୁ ଅନୁପ୍ରାଣିତ କରିଛି । ଆଗକୁ ସେମାନେ ଅଧିକ ଜୈବିକ କୃଷି ଉତ୍ପାଦ ଉତ୍ପାଦନ କରିବା ଲାଗି ପ୍ରସ୍ତୁତ ରହିଛନ୍ତି । ଆଦି ମହୋତ୍ସବ କାର୍ଯ୍ୟକ୍ରମରେ ସେମାନଙ୍କର ଅଂଶ ଗ୍ରହଣ ଭବିଷ୍ୟତରେ ଅଧିକ ବିକ୍ରି ଅର୍ଡର ପାଇବା ପାଇଁ ମାର୍ଗପ୍ରଶସ୍ତ କରିବ ବୋଲି ସେମାନେ କହିଛନ୍ତି ।
ଆଦିମହୋତ୍ସବରେ ଅଂଶଗ୍ରହଣ କରି ଥିବା ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃର ବିକ୍ରେତା ତାପସ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ କିଛିଦିନ ପୂର୍ବରୁ ଆମ ଷ୍ଟଲକୁ ଆସିଥିଲେ । ସେ ଆମଠାରୁ କଫି ଓ ପାମ୍ପଡ଼ କିଣିଥିଲେ । ଆମ କଫିକୁ ପସନ୍ଦ କରିବା ସହିତ ସେ ନିଜର ମତାମତ ଦେଇଥିଲେ । ଆମେ ଏହି ଷ୍ଟଲରେ ଜିଆଇଟ୍ୟାଗ୍ ବିଶିଷ୍ଟ ହଳଦୀ, ମାଣ୍ଡିଆ, ବାଜରା ଆଦି ବିକ୍ରି କରୁଛୁ । ଏଠି ଭଲ ବ୍ୟବସାୟ ହେଉଛି । ସୁଗନ୍ଧ ଓ ହଳଦିଆ ଗୁଣ ପାଇଁ କନ୍ଧମାଳ ହଳଦୀର ବିଶ୍ୱବ୍ୟାପୀ ଚାହିଦା ରହିଛି । ପ୍ରତିକୂଳ ଜଳବାୟୁରେ ମଧ୍ୟ ଏହି ହଳଦୀ ଚାଷ କରାଯାଇ ପାରିବ । ଶହ ଶହ ବର୍ଷ ଧରି ସ୍ଥାନୀୟ ଆଦିବାସୀମାନେ ଏହି ହଳଦୀ ଚାଷ କରି ଆସୁଛନ୍ତି । ଏହି ଅଞ୍ଚଳରେ ଜୈବିକ ପଦ୍ଧତିରେ କଫି ଚାଷ କରାଯାଉଛି । ଏଠାକାର ପାର୍ବତ୍ୟ ଅଞ୍ଚଳର ଜଳବାୟୁ କଫିଚାଷ ପାଇଁ ଅନୁକୂଳ । ବିଶ୍ୱସ୍ତରରେ କଫି ରଚାହିଦାର ହିଥିବାରୁ ଏଭଳି ବିକ୍ରି ସୁଯୋଗ ସେମାନଙ୍କୁ ଶ୍ରେଷ୍ଠ ଅନୁଭୂତି ପ୍ରଦାନକରିବ । ଅନ୍ୟପଟେ ଆଦିମ ହୋତ୍ସ ବକାର୍ଯ୍ୟକ୍ରମ ବିଶେଷ ସଫଳ ହୋଇଥିବା ଦେଖିବାକୁ ମିଳୁଛି । ମାତ୍ର ୪ଦିନ ମଧ୍ୟରେ ସେମାନେ ପ୍ରଥମ ପର୍ଯ୍ୟାୟରେ ଆଣି ଥିବା ଉତ୍ପାଦ ପ୍ରାୟତଃ ବିକ୍ରି ହୋଇ ସାରିଥିବାବେ ଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ପରିମାଣରେ ଉତ୍ପାଦ ବିକ୍ରି ପାଇଁ ଅଣାଯାଇଛି। ଏହା ସେମାନଙ୍କ ଜୀବନରେ ଏକ ନୂଆ ଯୁଗ ଆରମ୍ଭ କରିଛି ଯାହାଫଳରେ ସେମାନେ ଆତ୍ମବିଶ୍ୱାସର ସହିତ ଭବିଷ୍ୟତରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ।