30.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶଇଟାଲିରେ ପ୍ରଧାନମନ୍ତ୍ରୀ ମୋଦୀ

ଇଟାଲିରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଜି୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଇଟାଲିରେ ପହଞ୍ଚି ସାରିଛନ୍ତି। ସେ ଆପୁଲିଆର ବ୍ରିନ୍ଦିସି ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଇଟାଲିରେ ଭାରତୀୟ ରାଷ୍ଟ୍ରଦୂତ ବାଣୀ ରାଓ ସ୍ବାଗତ କରିଥିଲେ। ଏହି ଅବସରରେ ଇଟାଲି ସରକାରଙ୍କ ମନ୍ତ୍ରୀ ଓ ପ୍ରଶାସକ ମଧ୍ୟ ଉପସ୍ଥିତ ଥିଲେ।
ବିଦେଶ ସଚିବ ବିନୟ କ୍ବାତ୍ରା ନୂଆଦିଲ୍ଲୀରେ କହିଛନ୍ତି, ଶୁକ୍ରବାର ଠାରୁ ଆୟୋଜନ ହେବାକୁ ଥିବା ଜି-୭ ସମ୍ମିଳନୀକୁ ଏକ ଆଉଟରିଚ ଦେଶ ଭାବେ ଭାରତକୁ ନିମନ୍ତ୍ରଣ ମିଳିଛି। ସେ କହିଛନ୍ତି, ଏହି ତିନିଦିନିଆ ଯାତ୍ରା ଭାରତ ଓ ଗ୍ଲୋବାଲ ସାଉଥ ପାଇଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଶ୍ବସ୍ତରୀୟ ନେତାଙ୍କ ସହିତ ସଂପର୍କ ସୁଦୃଢ଼ କରିବାକୁ ଅପୂର୍ବ ସୁଯୋଗ। ଏହି ସମ୍ମିଳନୀରେ ଭାରତର ଏହା ୧୧ତମ ଓ ମୋଦୀଙ୍କ ଲଗାତାର ୫ମ ଉପସ୍ଥିତି ହେବ। ପ୍ରଧାନମନ୍ତ୍ରୀ ମୋଦୀ ଜି-୭ ଦେଶଗୁଡ଼ିକର ନେତାମାନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି। ଏଥି ସହିତ ପ୍ରଧାନମନ୍ତ୍ରୀ ତାଙ୍କର ଇଟାଲି ସମକକ୍ଷ ଜିୟୋର୍ଜିୟା ମେଲୋନୀଙ୍କ ସହିତ ବୈଠକ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking