27.1 C
Bhubaneswar
Sunday, September 29, 2024
Homeଓଡିଶାବିନା ୟୁନିଫର୍ମରେ ଶିକ୍ଷାଦାନ କଲେ ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ

ବିନା ୟୁନିଫର୍ମରେ ଶିକ୍ଷାଦାନ କଲେ ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ

ଭୁବନେଶ୍ୱର : ଆନ୍ଦୋଳନ ପ୍ରତ୍ୟାହାର କରି ଆଜିଠୁ କାର୍ଯ୍ୟରେ ଯୋଗ ଦେଇଥିଲେ ବି ନିଜ ଜିଦ୍‌ରେ ଅଟଳ ରହିଛନ୍ତି ପ୍ରାଥମିକ ଶିକ୍ଷକ । ଆଜି ରାଜ୍ୟର ବିଭିନ୍ନ ସରକାରୀ ସ୍କୁଲରେ ବିନା ଡ୍ରେସକୋଡରେ କାର୍ଯ୍ୟ କରୁଛନ୍ତି ପ୍ରାଥମିକ ଶିକ୍ଷକ । ଏପରିକି ୩ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ସମସ୍ତ ସରକାରୀ କାର୍ଯ୍ୟରେ ଅସହଯୋଗ କରିବାକୁ ବି ସେମାନେ ଘୋଷଣା କରିଛନ୍ତି ।

ଆଜି ରାଜ୍ୟର ବିଭିନ୍ନ ସ୍କୁଲରେ ଶିକ୍ଷକ, ଶିକ୍ଷୟିତ୍ରୀ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି । ମାତ୍ର ସେମାନେ ବିନା ଡ୍ରେସକୋଡରେ ସ୍କୁଲରେ ପହଞ୍ଚି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଶିକ୍ଷକଙ୍କ ଦାବି ନେଇ ସରକାର ଗୁରୁତ୍ୱ ଦେଇନଥିବାରୁ ଗତକାଲି ଡ୍ରେସ୍ କୋଡ୍ ମାନିବୁନି ବୋଲି ଚେତାବନୀ ଦେଇଥିଲା ଶିକ୍ଷକ ସଂଘ । ଏହି ଅନୁସାରେ ଅନେକ ଶିକ୍ଷକ ଆଜି ବିନା ଡ୍ରେସ୍ କୋଡରେ ସ୍କୁଲକୁ ଆସିଛନ୍ତି ।ଦାବି ପୂରଣ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଙ୍ଗଳବାର ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲେ ।

ମାତ୍ର ଲୋୟର ପିଏମ୍‌ଜିରେ ସଭା କରିବାକୁ ସେମାନଙ୍କୁ ଅନୁମତି ନ ମିଳିବାରୁ ଶେଷରେ ପ୍ରଦର୍ଶନୀ ପଡ଼ିଆରେ ଷ୍ଟିୟରିଂ କମିଟି ବୈଠକ କରିଥିଲେ । ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏବେ ଆନ୍ଦୋଳନକୁ ସ୍ଥଗିତ ରଖି ଆଜିଠୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ ସରକାର ଟଙ୍କାଟିଏ ବି ଦେଉ ନ ଥିବାରୁ ଡ୍ରେସକୋଡ ନିୟମ ମାନିବେନି ବୋଲି କହିବା ସହ ମଧ୍ୟାହ୍ନ ଭୋଜନରେ କୌଣସି ସହଯୋଗ କରିବେନି ବୋଲି ଚେତାବନୀ ଦେଇଛନ୍ତି । ୩ ଦଫା ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ପ୍ରାଥମିକ ଶିକ୍ଷକ ସଂଘର ଶିକ୍ଷକମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking