30.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶହରିୟାଣାରେ ବଢ଼ିଲା ଦେଶୀ ମଦ ଓ ବିୟର ମୂଲ୍ୟ

ହରିୟାଣାରେ ବଢ଼ିଲା ଦେଶୀ ମଦ ଓ ବିୟର ମୂଲ୍ୟ

ଚଣ୍ଡିଗଡ : ହରିୟାଣାରେ ନୂଆ ମଦ ନୀତି ବୁଧବାରଠାରୁ କାର୍ୟ୍ୟକାରୀ ହୋଇଛି । ନୂଆ ନୀତି ଲାଗୁ ହେବା ଫଳରେ ରାଜ୍ୟରେ ମଦ ବିକ୍ରେତାଙ୍କ ପାଇଁ ଏକ ଖରାପ ଖବର ଆସିଛି। କାରଣ ରାଜ୍ୟରେ ମଦ ମହଙ୍ଗା ହୋଇଛି। ଏହାବ୍ୟତୀତ ବିୟର ମଧ୍ୟ ମହଙ୍ଗା ହୋଇଛି। ନିକଟରେ କ୍ୟାବିନେଟ ବୈଠକରେ ହରିୟାଣା ସରକାର ନୂଆ ମଦ ନୀତିକୁ ଅନୁମୋଦନ କରିଥିଲେ। ଲୋକସଭା ନିର୍ବାଚନ ସମୟରେ ସରକାର ନିର୍ବାଚନ ଆୟୋଗଙ୍କ ଅନୁମୋଦନ ନେଇଥିଲେ ଏବଂ ବର୍ତ୍ତମାନ ଏହା ରାଜ୍ୟରେ କାର୍ୟ୍ୟକାରୀ ହୋଇଛି। ଏହି ନୀତି ଲାଗୁ ହେବା ଫଳରେ ହରିୟାଣାରେ ଦେଶୀ ମଦର ମୂଲ୍ୟ ୫ଟଙ୍କା ବୃଦ୍ଧି ପାଇଥିବାବେଳେ ବିୟରର ମୂଲ୍ୟ ମଧ୍ୟ ୨୦ଟଙ୍କା ବୃଦ୍ଧି ପାଇଛି। ସେହିପରି ବିଦେଶୀ ମଦ ବୋତଲର ମୂଲ୍ୟ ମଧ୍ୟ ୫ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି। ସରକାରଙ୍କ ନୀତି ଅନୁଯାୟୀ ଦର ଲାଗୁ ହୋଇଛି। ହୋଲ୍‌‌ସେଲ ଦର ଅନୁଯାୟୀ ୨୦ପ୍ରତିଶତ ଲାଭ ନିଆଯାଇପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking