17.1 C
Bhubaneswar
Wednesday, February 11, 2026
Homeଓଡିଶାବାଲ୍ୟବିବାହ ରୋକିବା ଓ ଲିଙ୍ଗଭିତ୍ତିକ ହିଂସା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲ୍ୟବିବାହ ରୋକିବା ଓ ଲିଙ୍ଗଭିତ୍ତିକ ହିଂସା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୋରଡା : ବାଲ୍ୟବିବାହ ରୋକିବା ସହିତ ଲିଙ୍ଗ ଭିତ୍ତିକ ହିଂସା ରୋକିବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଛି । ବ୍ୟାପକ ଜନସଚେତନତା କରାଯିବା ସତ୍ତ୍ୱେ ବର୍ତ୍ତମାନ ସମୟରେ ବି ବାଲ୍ୟବିବାହ ସମ୍ପୂର୍ଣ୍ଣ ବନ୍ଦ ସମ୍ଭବ ହୋଇପାରିନାହିଁ । ଯାହାକୁନେଇ ଆଜି ମୋରଡା ବ୍ଲକ ପରିସରରେ ସହେଲି ସଂସ୍ଥା ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୋରଡା ବ୍ଲକ ବିଡ଼ିଓ ଅଣାକର ନାୟକ, ସମ୍ମାନିତ ଅତିଥି ଭାବେ ସହେଲି ସଂସ୍ଥାର ନିର୍ଦ୍ଦେଶିକା ଡାଲିଆ ଆନଟନି, ସିଡିପିଓ ବିଟୁ ଟୁଡୁ, ସହକାରୀଯନ୍ତ୍ରୀ ମତିଲାଲ ତୁଙ୍ଗଙ୍କ ସମେତ ସାବିତ୍ରୀ ବେହେରା, କବିତା ପାତ୍ର, ବାସନ୍ତୀ ନାୟକ, ଦୁର୍ଗାମଣି ବେହେରା, ସୁଷମା ପାଣିଗ୍ରାହୀ ଯୋଗଦାନ କରି ବାଲ୍ୟବିବାହ ରୋକିବା ସହ ଘରୋଇ ହିଂସାକୁ କିପରି ସମାଧାନ କରାଯାଇପାରିବ ଏନେଇ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରୁ ଆସୁଥିବା ୱାର୍କରଙ୍କୁ ମଞ୍ଚାସିନ ଅତିଥିମାନେ ସଚେତନ କରାଇଥିଲେ । ତେବେ କମ ବୟସରେ ଝିଅମାନଙ୍କ ବିବାହ କରାଗଲେ କଣ କ୍ଷତି ହୁଏ ଓ ସରକାରୀ ନିୟମ ଅନୁଯାୟୀ ବିବାହ କଲେ ସରକାରୀ ସ୍ତରରେ କଣ ସବୁ ଲାଭ ମିଳେ ଏବାବଦରେ ଅତିଥି ମାନେ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବ ଏବଂ ଆଇନଗତ ପ୍ରତିବନ୍ଧକ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଅଙ୍ଗନୱାଡ଼ି ୱାର୍କରମାନେ ଗାଁ କୁ ଗାଁ ଯାଇ ମହିଳାମାନଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ । ଅସୁବିଧା କ୍ଷେତ୍ରରେ ସିଡିପିଓ ସରକାରୀ ସ୍ତରରେ ସାହାଯ୍ୟର ହାତ ବଢାଇବେ ବୋଲି କହିଥିଲେ ବିଟୁ ଟୁଡୁ । ତେବେ ସହେଲି ସଂସ୍ଥା ପକ୍ଷରୁ ଏକ ସଚେତନତା ସଙ୍ଗୀତ ଗାନ କରାଯାଇଥିବା ବେଳେ ସଂସ୍ଥା ର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ କୋଡିନେଟର ପ୍ରଜ୍ଞା ପରମିତା ପ୍ରଧାନ, ପ୍ରିୟବ୍ରତ ସାହୁ , କମ୍ୟୁନିଟି ମବିଲାଇଜର ‌କାପୁରା ସୋରେନ, ଲକ୍ଷ୍ମୀପ୍ରିୟା ସୋରେନ, ରିତାରାଣୀ ଦେହୁରୀ , ରଞ୍ଜନ କୁମାର ସାହୁ, ଶ୍ରଦ୍ଧାଞ୍ଜଳି ଟୁଡୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ବସହଯୋଗ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking