20.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଖାଦ୍ୟ ସାମଗ୍ରୀରେ ବଢ଼ୁଥିବା ଅପମିଶ୍ରଣକୁ ରୋକିବ; ପତଞ୍ଜଳିର ନୂଆ ଅନୁସନ୍ଧାନ

ଖାଦ୍ୟ ସାମଗ୍ରୀରେ ବଢ଼ୁଥିବା ଅପମିଶ୍ରଣକୁ ରୋକିବ; ପତଞ୍ଜଳିର ନୂଆ ଅନୁସନ୍ଧାନ

ହରିଦ୍ୱାର:  ବର୍ତ୍ତମାନ ସମୟରେ ‘ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ’ ଦେଶର ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି, ଯାହାକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜିଂ ପ୍ରସଙ୍ଗ । ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣଜନିତ ଭୟଙ୍କର ପରିମାଣ ରୂପେ ଅନେକ ରୋଗ, ବ୍ୟାଧି ସମ୍ପର୍କରେ ସମସ୍ତେ ବେଶ୍ ଭଲଭାବେ ଅବଗତ । ତେବେ ଖାଦ୍ୟ ସାମଗ୍ରୀରେ ବ୍ୟବହୃତ ହେଉଥିବା କୀଟନାଶକ ଏବଂ ରାସାୟନିକ ପଦାର୍ଥର ମାତ୍ରା ସମ୍ପର୍କରେ ଜାଣିବା ପାଇଁ ପତଞ୍ଜଳି ପକ୍ଷରୁ ଏକ ନୂଆ ଅନୁସନ୍ଧାନ କରାଯାଇଛି । ଏହି ଅନୁସନ୍ଧାନ ସମ୍ପର୍କରେ ‘ମାଇକ୍ରୋକେମିକାଲ ଜର୍ଣ୍ଣାଲ’ ନାମକ ଏକ ପ୍ରସିଦ୍ଧ ଜର୍ଣ୍ଣାଲ୍‌ରେ ବିସ୍ତୃତ ରିପୋର୍ଟ ପ୍ରକାଶ ମଧ୍ୟ ପାଇଛି ।
ଏହି ଅବସରରେ ଆଚାର୍ଯ୍ୟ ବାଲକୃଷ୍ଣ ଜୀ ମହାରାଜ କହିଛନ୍ତି ଯେ, ଏହି ଅନୁସନ୍ଧାନ ମାଧ୍ୟମରେ ଏବେ ଲୋକମାନେ ସ୍ୱୟଂ ଖାଦ୍ୟର ଗୁଣବତ୍ତାର ବିଶ୍ଳେଷଣ କରିବା ପୂବର୍କ ଖାଦ୍ୟ ସୁରକ୍ଷା କରିବା ପାଇଁ ସକ୍ଷମ ହୋଇପାରିବେ । ଅଥିକ ଆର୍ଥିକ ଲୋଭ କାରଣରୁ କିଛି ଖଳ ପ୍ରକୃତିର ଲୋକ ଏହାର କୁପରିଣତି ସମ୍ପର୍କରେ କିଛି ନଭାବି ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ କରିଥାନ୍ତି, ଯାହାଦ୍ୱାରା ଜଣେ ସାଧାରଣ ଲୋକ ବା ଖାଉଟି ଏକ ଅପମିଶ୍ରିତ ଖାଦ୍ୟ ଖାଇବାକୁ ବାଧ୍ୟ ହୋଇଥାଏ । ଡାଲି, ଚାଉଳ, ଦୁଗ୍ଧ, ମସଲା, ଖିଅ ଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ସବୁଥିରେ ଅପମିଶ୍ରଣ ବଢ଼ି ବଢ଼ି ଚାଲିଛି । ତେବେ ଏସବୁ ଅପମିଶ୍ରଣଜନିତ ଖେଳକୁ ସମାପ୍ତ କରିବା ପାଇଁ ପତଞ୍ଜଳି ସ୍ୱଦେଶୀ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ସହ ପତଞ୍ଜଳି ଏହି ନୂଆ ଅନୁସନ୍ଧାନକୁ ଉଜାଗର କରିଛି ଯାହାକି ସାଧାରଣ ଜନସାଧାରଣଙ୍କୁ ଅପମିଶ୍ରଣ ଭଳି ମାରାତ୍ମକ ସମସ୍ୟାରୁ ମୁକ୍ତି ଦେବ । ଏହି ଅନୁସନ୍ଧାନ ଦ୍ୱାରା ଲୋକମାନେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିପାରିବେ ଏବଂ ସ୍ଥାୟୀ ଭାବେ ବୈଶ୍ୱିକ ବିକାଶରେ ଯୋଗଦାନ ଦେଇପାରିବେ । ଏହି ପରିପ୍ରେକ୍ଷୀରେ ପତଞ୍ଜଳି ସଂସ୍ଥାର ବୈଜ୍ଞାନିକଙ୍କ ଟିମ୍ ଏବଂ ଅନୁସନ୍ଧାନ ଟିମ୍ ଉପରେ ଗର୍ବ ଅନୁଭବ କରୁଥିବା ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking