31.1 C
Bhubaneswar
Friday, October 18, 2024
Homeଓଡିଶାଉମରକୋଟ ର ସାମ୍ବାଦିକ ସଂଗଠନ "ପ୍ରେସ କ୍ଲବ"

ଉମରକୋଟ ର ସାମ୍ବାଦିକ ସଂଗଠନ “ପ୍ରେସ କ୍ଲବ”

ଉମରକୋଟ : ଉମରକୋଟ ର ସାମ୍ବାଦିକ ସଂଗଠନ “ପ୍ରେସ କ୍ଲବ, ଉମରକୋଟ” ର ପ୍ରସ୍ତାବିତ ପ୍ରେସ କ୍ଲବ ସ୍ଥାନରେ ଆଜି କ୍ଲବ ପାଚେରୀ ନିର୍ମାଣ ପାଇଁ ଭିତ୍ତପ୍ରସ୍ତର ସ୍ଥାପନ କରା ଯାଇଛି । “ପ୍ରେସ କ୍ଲବ, ଉମରକୋଟ” ଗତ ୨୦୧୪ ମସିହା ରୁ ଗଠନ ହୋଇ ପଂଜିକୃତ ହୋଇଛି । ବର୍ତମାନ ପ୍ରସ୍ତାବିତ କାର୍ଯ୍ୟାଳୟ ସ୍ଥାନରେ ପ୍ରଥମେ ପାଚେରୀ ନିର୍ମାଣ ପାଇଁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି । ପାଚେରୀ ନିର୍ମାଣ ପାଇଁ ଉମରକୋଟ ବିଧାୟକ ତାଙ୍କ ନିଜସ୍ଵ ପାଣ୍ଠି ରୁ ୫ ଲକ୍ଷ୍ୟ ଟଙ୍କା ପ୍ରଦାନ କରିଛନ୍ତି । ଆଜି ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ପାଚେରୀ ନିର୍ମାଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟ ରେ ପୂର୍ବତନ ଭାଜପା ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ପ୍ରେସ କ୍ଲବ ସଭାପତି ମହେଶ୍ୱର ବେହେରା, ଉପ ସଭାପତି ସଂଜିତ ବିଶ୍ୱାସ, ସମ୍ପାଦକ କୃଷ୍ଣ ପ୍ରସାଦ ପଟନାୟକ, ଆଇନ ପରାମର୍ଶ ଦାତା ନଳିନୀ ରଞ୍ଜନ ମିଶ୍ର, ଉପଦେଷ୍ଟା ଗୋପାଳ କୃଷ୍ଣ ପଟ୍ଟନାୟକ ଓ ସତ୍ୟବ୍ରତ ସାମଲ ଯୋଗ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟ ରେ ସାମ୍ବାଦିକ ଅନୁରାଗ ପଟ୍ଟନାୟକ, ଯୁଗଳ ସାହୁ, ସନ୍ତୋଷ ଶତପଥୀ, ଗିରିଧର ମାଝୀ, ବାଳକୃଷ୍ଣ ସାହୁ, ରବୀନ୍ଦ୍ର ସ୍ବାଇଁ, କୁନା ସାହୁ, ହିମାଂଶୁ ବେହେରା, ସମୀର ପତି, ନିରଞ୍ଜନ ବେହେରା, ଜିତେନ୍ଦ୍ର ମହାନ୍ତି, ଝୁମେରା ସାନ୍ତା ପ୍ରମୁଖ ଯୋଗ ଦେଇଥିଲେ। ସମାଜ ଗଠନ ରେ ସାମ୍ବାଦିକ ଙ୍କ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି, ଆଗାମୀ ଦିନରେ ସଂଘ ସଂଗଠିତ ହୋଇ ଅସହାୟ ଙ୍କୁ ସହାୟତା ର ହାତ ବଢାଇବେ ବୋଲି ଆଶା ପ୍ରକଟ କରିଛନ୍ତି ବିଧାୟକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking