23.1 C
Bhubaneswar
Saturday, October 19, 2024
Homeଓଡିଶାଆଜିଠୁ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

ଆଜିଠୁ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର: ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଓ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ସିଧାସଳଖ ରାଜଭବନ ଯିବେ । ୨୬ ତାରିଖରେ ରାଷ୍ଟ୍ରପତି ଦିନ ତମାମ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ରହିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ପୂର୍ବରୁ କାର୍କେଡ୍ ରିହର୍ସଲ କରିଛି କଟକ କମିଶନରେଟ ପୋଲିସ ।

୨୬ ତାରିଖ ସକାଳେ କଟକଗସ୍ତ କରି ପ୍ରଥମେ କଟକଚଣ୍ଡି ମନ୍ଦିରରେ ମା’ଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ଏହାପରେ ମଧୁ ସଂଗ୍ରହାଳୟ ଓ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ । ପରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ । ସେହିପରି ଏସ୍‌ସିବି ବାର୍ଷିକ ଉତ୍ସବରେ ଯୋଗଦେବା ପରେ ଶେଷରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କଟକ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ରାଷ୍ଟ୍ରପତି ଯେଉଁ ରାସ୍ତା ଦେଇ ଯିବେ, ସେହି ରାସ୍ତାରେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ । ଏଥିପାଇଁ ସମସ୍ତ ପୁଲିସ ଅଧିକାରୀଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯାଇଛି ।

ଅନ୍ୟପକ୍ଷରେ ଗସ୍ତ କାର୍ଯ୍ୟକ୍ରମର ତୃତୀୟ ତଥା ଶେଷ ଦିନରେ ରାଷ୍ଟ୍ରପତି ଓଡ଼ିଶା ରାଜଭବନରେ ରାଜ୍ୟର ବିରଳତମ ଜନଜାତି ସମ୍ପ୍ରଦାୟ(ପିଭିଟିଜି)ର ସଦସ୍ୟମାନଙ୍କ ସହ କିଛି ଜରୁରୀ ପ୍ରସଙ୍ଗରେ ଆଲୋଚନା କରିବେ । ସେହିଦିନ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର “ସକରାତ୍ମକ ପରିବର୍ତ୍ତନ ବର୍ଷ’ ବିଷୟବସ୍ତୁ ଶୀର୍ଷକ ସେମିନାର ଓ ଆଲୋଚନାଚକ୍ରକୁ ଦେଶବ୍ୟାପୀ ଆୟୋଜନ କରିବା ପାଇଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶୁଭାରମ୍ଭ କରିବେ । ଏହି ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥ ତମାଣ୍ଡୋ ଠାରେ ଏହାର “ଲାଇଟ୍‌ହାଉସ୍ କମ୍ପେ୍ଲକ୍ସ’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ଜଣାପଡ଼ିଛି । ତିନିଦିନିଆ ଓଡିଶା ଗସ୍ତ ପୂବର୍ରୁ ସୋମବାର ସକାଳେ କାରେକଡ୍ ରିହରସେଲ୍ କରାଯାଇଛି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରାଯାଇଛି । ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ମକ୍‌ଡ୍ରିଲ କରାଯାଇଛି । ବିମାନବନ୍ଦରୁ ରାଜଭବନ ପର୍ଯ୍ୟନ୍ତ ଏବଂ କଟକର ବିଭିନ୍ନ ସ୍ଥାନରେ କାରେକଡ୍ ରିହଲରିଅଲ ହୋଇଛି । ପୁଲିସ୍ ଡିଜିଙ୍କ ଠାରୁ ଆରମ୍ଭ କରି ପୁଲିସ୍ କମିଶନର ଓ ଡିସିପିଙ୍କ ସମେତ ବହୁ ଅଧିକାରୀ ଏଥିରେ ସମାଇଲ ଥିଲେ । କାର୍‌କେଡ୍‌ରେ ମୋଟ୍ ୨୭ଟି ଗାଡ଼ିି ନିୟୋଜିତ ହୋଇଛି । ସିକ୍ୟୁରିଟି , ଟ୍ରାଫିକ୍ , ରୁଟ୍ ଲାଇନିଂ, ପାର୍କିଂକୁ ନେଇ ବ୍ୟାପକ ବ୍ୟବସ୍ଥା ହୋଇଛି । ସାଧାରଣ ଲୋକଙ୍କୁ କିଭଳି ଅଧିକ ଟ୍ରାଫିକ୍ ସମସ୍ୟା ନ ହେବ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି ।

ପୁରା ସିକ୍ୟୁରିଟି ଆରେଞ୍ଜ୍‌ମେଣ୍ଟ୍‌ରେ ୧୨ ଅତିରିକ୍ତ ଡିସିପି, ୨୫ ଏସିପି, ୪୦ ଇନ୍ସପେକ୍ଟର, ୧୨୦ ସବଇନ୍ସପେକ୍ଟର, ଏଏସ୍‌ଆଇ ନିୟୋଜିତ ହୋଇଛନ୍ତି । ସୁରକ୍ଷା ଦାୟିତ୍ୱରେ ମୋଟ୍ ୩୬ ପ୍ଲାଟୁନ ପୁଲିସ୍ ଫୋର୍ସ ମୃତୟନ କରାଯିବ । ଏହାସହ ୩ ଟି କୁଇକ୍ ରେସ୍‌ପନ୍ସ ଟିମ, ୨ଟି ଟାକ୍ଟିକାଲ ୟୁନିଟ୍ ମଧ୍ୟ ଉପସ୍ଥିତ ରହିବେ । ୧୬୦ ଟ୍ରାଫିକ୍ କର୍ମଚାରୀ, ୧୫୦ ହୋମଗାର୍ଡ଼ ମଧ୍ୟ ମୁତୟନ ହେବେ । ଏଥିସହ ଫାୟାର୍ ବ୍ରିଗେଡ଼, ଆମ୍ବୁଲାନ୍ସ ଆଦି ବ୍ଲୁ ବୁକ୍ ଗାଇଗଲାଇନ୍ସ ଅନୁଯାୟୀ ରୁଟ୍ ଲାଇନିଂ ହେବ । ସବୁ କାର୍ଯ୍ୟକ୍ରମରେ ପ୍ରୋଟୋକଲ୍ ମୁତାବକ ନିମନ୍ତ୍ରିତ ଅତିଥିଙ୍କୁ ରାଷ୍ଟ୍ରପତୀଙ୍କୁ ଭେଟିବାକୁ ଅନୁମତି ଦିଆଯିବ । ସମସ୍ତ କାର୍ଯ୍ୟକ୍ରମ ସଡ଼କ ପଥରେ ରହୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ତଦନୁୁଯାୟୀ ପ୍ରସ୍ତୁତ କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking