ନୂଆଦିଲ୍ଲୀ : ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଜାରି ରହିଛି। ଏନ୍ଡିର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପ୍ରାୟ ସୁନିଶ୍ଚିତ ହୋଇଛି। ଭୋଟଗଣତି ସଂସଦର ୬୩ ନମ୍ବର ପ୍ରକୋଷ୍ଠରେ ଜାରି ରହିଛି। ଏବେ ଦ୍ବିତୀୟ ରାଉଣ୍ଡ ଗଣତି ସରିଛି। ୧୦ ଟି ରାଜ୍ୟର ଭୋଟ ଫଳାଫଳ ପ୍ରକାଶ ପାଇଛି। ଏହା ଅନୁସାରେ ଦ୍ରୌପଦୀଙ୍କୁ ୧୩୪୯ ଭୋଟ ମିଳିଥିବା ବେଳେ ଏହାର ମୂଲ୍ୟ ରହିଛି ୪,୮୩,୨୯୯। ସେଭଳି ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୫୩୭ ଭୋଟ, ଯାହାର ମୂଲ୍ୟ ୧, ୮୯,୮୭୬ ରହିଛି। ପ୍ରଥମ ପର୍ଯ୍ୟାୟ ମତଗଣନାରେ ମଧ୍ୟ ମୁର୍ମୁ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କଠାରୁ ଆଗରେ ଥିଲେ। ଭୋଟ ଗଣତିର ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ଟି ଭୋଟ ମିଳିଥିଲା। ଏହାର ମୂଲ୍ୟ ୩ ଲକ୍ଷ ୭୮ ହଜାର ରହିଛି। ସେଭଳି ୟଶଓ୍ବନ୍ତ ସିହ୍ନାଙ୍କୁ ୨୦୮ ଭୋଟ ମିଳିଥିଲା, ଯାହାର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦ ଥିଲା।