ଡେରାଡୁନ: ଅପେକ୍ଷାର ଅନ୍ତ ହେଲା । ଉତ୍ତରାଖଣ୍ଡର ଏକକ ନାଗରିକତା ସଂହିତା ବିଲ ୨୦୨୪ ବା ୟୁସିସିକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ନିୟମାବଳୀ ହେବା ପରେ ରାଜ୍ୟରେ ଲାଗୁ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ନିଜେ ସୋସିଆଲ ମିଡିଆ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, “ଆମ ରାଜ୍ୟବାସୀଙ୍କ ପାଇଁ ଆଜି ଅତ୍ୟନ୍ତ ଆନନ୍ଦ ଏବଂ ଗୌରବର ଦିନ । ଉତ୍ତରାଖଣ୍ଡ ବିଧାନସଭାରେ ପାରିତ ହୋଇଥିବା ଏକକ ନାଗରିକ ସଂହିତା ବିଲ୍?କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଅନୁମୋଦନ ମିଳିଛି ।
ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ଲାଗୁ ହେବା ସହିତ ସମସ୍ତ ନାଗରିକ ସମାନ ଅଧିକାର ପାଇବେ । ଏହାସହିତ ମହିଳାଙ୍କ ଉପରେ ହେଉଥିବା ଅତ୍ୟାତାର ବନ୍ଦ ହେବ । ଉତ୍ତରାଖଣ୍ଡରେ ସାମାଜିକ ସମାନତାର ମହତ୍ତ୍ୱ ପ୍ରମାଣ କରି ୟୁନିଫର୍ମ ସିଭିଲ୍ କୋଡ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଉତ୍ତରାଖଣ୍ଡ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ଅନୁସାରେ ନାଗରିକଙ୍କ ସ୍ୱାର୍ଥ ରକ୍ଷା କରିବା ଏବଂ ଉତ୍ତରାଖଣ୍ଡର ମୂଳ ରୂପ ବଜାୟ ରଖିବାକୁ ସଂକଳ୍ପ ନେଇଛନ୍ତି । ୨୦୨୨ ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ୟୁସିସି ପ୍ରସଙ୍ଗ ଉଠାଇଥିଲେ ।
ନିର୍ବାଚନ ପ୍ରଚାର କରିବା ସମୟରେ ସେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ଯଦି ଦଳ ନିର୍ବାଚନରେ ଜିତିବେ ତାହେଲେ ଉତ୍ତରାଖଣ୍ଡରେ ଏକକ ନାଗରିକ ସଂହିତା ଲାଗୁ କରିବେ । ନିର୍ବାଚନରେ ଜିତିବା ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ କମିଟି ଗଠନ କରିଥିଲେ । ଏହି କମିଟି ଜନସାଧାରଣଙ୍କ ସଂଳାପରେ ଅନେକ ପରାମର୍ଶ ଗ୍ରହଣ କରିଥିଲା । ନିର୍ବାଚନରେ ଜିତିବା ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାୟୀଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ କମିଟି ଗଠନ କରିଥିଲେ । ଏହି କମିଟି ଜନସାଧାରଣଙ୍କ ସଂଳାପରେ ଅନେକ ପରାମର୍ଶ ଗ୍ରହଣ କରିଥିଲା । ଏହାପରେ ଫେବୃଆରୀ ୭ ତାରିଖରେ ବିଧାନସଭାରେ ବିଲ୍ ପାସ୍ ହୋଇଥିଲା ।