20.1 C
Bhubaneswar
Monday, December 22, 2025
Homeଓଡିଶାହର ଘର ତିରଙ୍ଗା ନିମନ୍ତେ ପ୍ରସ୍ତୁତି ବୈଠକ

ହର ଘର ତିରଙ୍ଗା ନିମନ୍ତେ ପ୍ରସ୍ତୁତି ବୈଠକ

ଯାଜପୁର : ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ଭିଡିଓ କନ୍ ଫରେଶିଂ ସମ୍ମିଳନୀ କକ୍ଷରେ ଭାରତର ସ୍ଵାଧୀନତା ପ୍ରାପ୍ତି 77 ବର୍ଷ ପୂର୍ତ୍ତି ଉପଲକ୍ଷେ ହର ଘର ଟିରଙ୍ଗା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ ଏବଂ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଭାରତ ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମତେ ଘରେ ଘରେ ତିରଙ୍ଗା ପତାକା ଉଡ଼ାଇବା ଲକ୍ଷ୍ୟ ଏବଂ ଚଳିତ ବର୍ଷ 78 ତମ ସ୍ବାଧୀନତା ଦିବସକୁ ସ୍ମରଣୀୟ କରିବା ଓ ରାଷ୍ଟ୍ରୀୟ ପ୍ରୀତି କୁ ଉଜ୍ଜିବିତ କରିବା ପାଇଁ ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଆଜି ଆଭାସୀରେ ଜିଲ୍ଲାର ସମସ୍ତ ବ୍ଲକର ବିଡ଼ିଓ ଏବଂ ଯାଜପୁର ଓ ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ମାନେ ପୌରାଞ୍ଚଳ,ବ୍ଲକ, ପଞ୍ଚାୟତ ସ୍ତରରେ ଧୁମ ଧାମରେ ପାଳନ କରିବା ନିମନ୍ତେ ପଦକ୍ଷେପ ନେବେ। ବ୍ଲକ ସ୍ତରରେ ମିଶନ ଶକ୍ତି ସଂଘ ଓ ଜିଲ୍ଲା ସ୍ତରରେ ମିଶନ ଶକ୍ତି ମହାସଂଘ ଦ୍ୱାରା ଜାତୀୟ ପତାକା ପ୍ରସ୍ତୁତ କରାଯିବ। ହର ଘର ତିରଙ୍ଗା କାର୍ଯ୍ୟକ୍ରମ ରେ ତିରଙ୍ଗା ରାଲି, ହର ଘର ତିରଙ୍ଗା ସଙ୍ଗୀତ, ସେଲଫି, କାନଭାସ ଆଦି ସମୂହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା 13 ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ତିରଙ୍ଗା ରାଲି ସହର ମଧ୍ୟରେ ଅନୁଷ୍ଠିତ ହେବ।ଏହି ରାଲିରେ ଛାତ୍ର ଛାତ୍ରୀ, ଶ୍ରେଷ୍ଠ କ୍ରୀଡାବିତ, ଯୁବକ ଯୁବତୀ, ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି, ସ୍ଵାଧୀନତା ସଂଗ୍ରାମୀ ଆଦି ମାନଙ୍କୁ ସାମିଲ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଯାଜପୁର ଓ ବ୍ୟାସ ସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ଯଥାକ୍ରମେ ଶ୍ରୀ ଆଲୋକ କୁମାର ମହାନ୍ତି, ଶ୍ରୀ ତରୁଣ କୁମାର ମହାପାତ୍ର,ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା,ଡି ପି ଏମ ,ଓ ଏଲ ଏମ ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀ ଙ୍କ ସମେତ ବିଭିନ୍ନ ସଂପୃକ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking