26.1 C
Bhubaneswar
Thursday, September 19, 2024
Homeଓଡିଶାମେଡିକାଲ ବେଡରେ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି : ଶାଶୁଘର ଲୋକେ ରଶ୍ମିତାଙ୍କୁ ପୋଡି ମାରିଦେବାର...

ମେଡିକାଲ ବେଡରେ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି : ଶାଶୁଘର ଲୋକେ ରଶ୍ମିତାଙ୍କୁ ପୋଡି ମାରିଦେବାର କରିଥିଲେ ଉଦ୍ୟମ

କଟକ : ମେଡିକାଲ ବେଡରେ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି । ଚିକିତ୍ସାଧୀନ ଅବସ୍ଥାନରେ ବି ଲକ୍ଷ୍ୟ ପୂରଣ କରିବା ପାଇଁ ଦୃଢ ନିଷ୍ଠା । ଇଏ ହେଲେ ରଶ୍ମିତା ପାଣିଗ୍ରାହୀ । ୨୮ ଅକ୍ଟୋବର ୨୦୨୨ରେ ଏକ ଅଘଟଣର ଶିକାର ହୋଇଥିଲେ । ଶାଶୁଘର ଲୋକେ ରଶ୍ମିତାଙ୍କୁ ପୋଡି ମାରିଦେବାର କରିଥିଲେ ଉଦ୍ୟମ । ଘଟଣାରେ ରଶ୍ମିତାଙ୍କ ସ୍ୱାମୀ ଗିରଫ ହୋଇଛନ୍ତି । ହେଲେ ଏହି ଅଘଟଣ ପାଇଁ ରଶ୍ମିତାଙ୍କ ଶରୀର ପ୍ରାୟ ୬୫ ପ୍ରତିଶତ ପୋଡି ଯାଇଥିଲା ।
ଏହାପରେ କଟକ ବଡ ମେଡିକାଲ ବର୍ଣ୍ଣ ୱାର୍ଡରେ ହୋଇଥିଲା ରଶ୍ମିତାଙ୍କ ଚିକିତ୍ସା । ତିନି ତିନି ଥର ପ୍ଲାଷ୍ଟିକ୍ ସର୍ଜରୀ ପରେ ଏବେ ସୁସ୍ଥ ହେଉଛନ୍ତି ସେ । ଆଉ ଏହାରି ଭିତରେ ଜଣେ ଆଇଏଏସ୍ ଅଫିସର ହେବାର ଲକ୍ଷ୍ୟ ସ୍ଥିର କରିଛନ୍ତି । ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରଶ୍ମିତା । ନିଜ ସହ ଅନ୍ୟାୟ ହୋଇଥିବାବେଳେ ଅନ୍ୟଙ୍କ ପ୍ରତି ଯେପରି ସେପରି ଅନ୍ୟାୟ ନହେବ ସେଥିପାଇଁ ଆଇଏଏସ୍ ହେବାର ସ୍ୱପ୍ନ ଦେଖୁଛନ୍ତି । ଆଉ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ରଶ୍ମିତା ନିଜକୁ ପ୍ରସ୍ତୁତ କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking