17.1 C
Bhubaneswar
Tuesday, November 19, 2024
Homeଅପରାଧପ୍ରେମ ପାଇଁ ଦଳିତ ଯୁବକଙ୍କୁ ପିଟିପିଟି ହତ୍ୟା

ପ୍ରେମ ପାଇଁ ଦଳିତ ଯୁବକଙ୍କୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ : ପ୍ରେମ ବ୍ୟାପାରକୁ ନେଇ ଜଣେ ଦଳିତ ଯୁବକଙ୍କୁ ପିଟିପିଟି ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାରେ । ଆଉ ଘଟଣାର ତିନିଦିନ ପରେ ଜିଲ୍ଲାପାଳ ଏବଂ ସୁପରିଟେଣ୍ଡେଣ୍ଟ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟି ୪ ଲକ୍ଷ ୧୨ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ପ୍ରେମବ୍ୟାପାରକୁ ନେଇ ଜଣେ ଦଳିତ ଯୁବକଙ୍କୁ କିଛି ଯୁବକ ପିଟିପିଟି ହତ୍ୟା କରିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କୁ ତାଙ୍କ ଘର ସାମ୍ନାରେ ଫିଙ୍ଗିଦେଇଥିଲେ । ଏହି ଘଟଣାର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା ।

ଘଟଣାରେ ନ୍ୟାୟ ଦାବିରେ ମୃତକଙ୍କ ପରିବାର ଲୋକ ସ୍ଥାନୀୟ ହସ୍ପିଟାଲ ଆଗରେ ଧାରଣା ଦେବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଥିଲେ। ଏହାପରେ ପୋଲିସ ଘଟଣାରେ ୫ ଜଣକୁ ଗିରଫ କରଛି । ପିଲିବାଙ୍ଗ ଥାନାର ଏସଆଇ କହିଛନ୍ତି ଯୁବକଙ୍କୁ ପିଟୁଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ପରିବାରକୁ ନ୍ୟାୟ ମିଳିବ କେହିବି ଅଭିଯୁକ୍ତ ବଞ୍ଚିପାରିବେ ନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking