20.1 C
Bhubaneswar
Monday, November 25, 2024
Homeଓଡିଶାଷ୍ଟ୍ରେଚରରେ ଗର୍ଭବତୀଙ୍କୁ ନଦୀପାର: ଆମ୍ବୁଲାନ୍ସରେ ପ୍ରସବ, ଦାଉ ସାଜିଛି ରାହୁଲ ନଦୀ

ଷ୍ଟ୍ରେଚରରେ ଗର୍ଭବତୀଙ୍କୁ ନଦୀପାର: ଆମ୍ବୁଲାନ୍ସରେ ପ୍ରସବ, ଦାଉ ସାଜିଛି ରାହୁଲ ନଦୀ

ଫୁଲବାଣୀ: ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ନଦୀପାର କରି ଆମ୍ବୁଲାନ୍ସରେ ନେଉଥିବାବେଳେ ସେଥିରେ ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗୁମୁଡୁମାହା ନିକଟସ୍ଥ ଲାହାଡ଼ି ଗ୍ରାମରେ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ଓ କଳାହାଣ୍ଡି ଜିଲ୍ଲା ଉଲାଦାନି ମଧ୍ୟରେ ଲାହାଡ଼ି ଗ୍ରାମ ଏକ ମାଓ ପ୍ରବଣ ଅଞ୍ଚଳ ଭାବେ ପରିଚିତ ଥିବା ବେଳେ ଏହି ଅଞ୍ଚଳ କଳାହାଣ୍ଡି ଜିଲ୍ଲାକୁ ଅତିନିକଟ । କିନ୍ତୁ କଳାହାଣ୍ଡିକୁ ଯିବା ପାଇଁ କୌଣସି ପ୍ରକାର ରାସ୍ତା ନଥିବା ଯୋଗୁଁ ଏହି ସବୁ ଗ୍ରାମର ଅଧିବାସୀମାନେ ସ୍ୱାସ୍ଥ୍ୟସେବା ପାଇଁ ସବୁବେଳେ ତୁମୁଡ଼ିବନ୍ଧ କିମ୍ବା ବାଲିଗୁଡ଼ାରେ ନିର୍ଭର କରିଥାନ୍ତି । ଏଭଳି ସ୍ଥଳେ ଲାହାଡ଼ି ଗ୍ରାମର ଜଳେଶ୍ୱର ମାଝୀଙ୍କ ସ୍ତ୍ରୀ ଅଞ୍ଚଳୀ ମାଝୀ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ପରେ ପରିବାର ଲୋକେ ତୁରନ୍ତ ଏନେଇ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ କର୍ମଚାରୀ ସେଠାରେ ପହଞ୍ଚିଥିଲେ ମଧ୍ୟ ଗ୍ରାମର ଦୁଃଖ ରାହୁଲ ନଦୀ ଯୋଗୁଁ ଆମ୍ବୁଲାନ୍ସ କର୍ମଚାରୀ ନଦୀ ଏ ପାଖରେ ଆମ୍ବୁଲାନ୍ସ ରଖିବା ସହିତ ଆମ୍ବୁଲାନ୍ସ କର୍ମଚାରୀ ମାନସ ରଞ୍ଜନ ଦିଗାଲ , ଦିବ୍ୟଜ୍ୟୋତି ବଡ଼ସେଠ୍ ଏବଂ ଆଦର୍ଶ ନାୟକ ପ୍ରମୁଖ ଏହି ଗର୍ଭବତୀଙ୍କ ଘରେ ପହଞ୍ଚି ଷ୍ଟେଚରରେ ପରିବାର ଅନ୍ୟ ସଦସ୍ୟମାନଙ୍କ ସହଯୋଗରେ ନଦୀ ପାର କରି ଆମ୍ବୁଲାନ୍ସରେ ପହଞ୍ଚି ତୁମୁଡ଼ିବନ୍ଧ ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସ ମଧ୍ୟରେ ହିଁ ଗର୍ଭବତୀ ଜଣକ ପ୍ରସବ କରିଥିଲେ । ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମଲାଭ କରିଥିବା ବେଳେ ଉଭୟ ମା ଓ କନ୍ୟାଙ୍କୁ ତୁମୁଡ଼ିବନ୍ଧ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଲେଖାହେବା ସୁଦ୍ଧା ଉଭୟଙ୍କ ସ୍ୱାସ୍ଥ୍ୟ ଭଲ ଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀମାନେ ମାନବିକତା ଦେଖାଇ ପ୍ରାୟ ୨ କିଲୋମିଟର ଗର୍ଭବତୀଙ୍କୁ ବୋହି ଆଣିବାରୁ ଗ୍ରାମବାସୀ ଓ ଅନ୍ୟମାନେ କର୍ମଚାରୀଙ୍କୁ ସାଧୁବାଦ ଜଣାଇଛନ୍ତି । ତେବେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଅନେକ ପଞ୍ଚାୟତର ଅଧିବାସୀ ସବୁବେଳେ ଯାତାୟତ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କ ପାଇଁ ଦାଉ ସାଜିଛି ରାହୁଲ ନଦୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking