16.1 C
Bhubaneswar
Saturday, December 6, 2025
Homeଅପରାଧଗର୍ଭବତୀ ସଉତୁଣୀକୁ ଟାଙ୍ଗିଆରେ ହାଣି ହତ୍ୟା

ଗର୍ଭବତୀ ସଉତୁଣୀକୁ ଟାଙ୍ଗିଆରେ ହାଣି ହତ୍ୟା

କୋରାପୁଟ: କଥାରେ ଅଛି ପରା ସଉତୁଣୀ କେବେ ସଉତୁଣୀର ସୁଖ ସହିପାରେନା। ଗୋଟେ ଘରେ କେବେ ହେଲେ ୨ ଜଣ ସଉତୁଣୀ ଏକାଠି ବେଶୀ ଦିନ ରହିପାରନ୍ତି ନାହିଁ। ଆଉ ଯଦି ରୁହନ୍ତି ତାହାଲେ ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଡଲାଗି ରହିଥାଏ। ଆଉ ଏବେ ସେହି ଝଗଡ଼ା ଜଣେ ସଉତୁଣୀର ଜୀବନ ନେଇଯାଇଛି। ତାହା ପୁଣି ଜଗର୍ଭବତୀ ଅବସ୍ଥାରେ। ପ୍ରଥମ ସଉତୁଣୀର ସୁଖ ସହିପାରିଲାନି ଦ୍ୱିତୀୟ ସଉତୁଣୀ। ଆଉ ବଡ଼ ରାଗ ଥିଲା ସ୍ୱାମୀର ପ୍ରଥମ ସ୍ତ୍ରୀର ୨ଟି ପିଲା ଥାଇ ମଧ୍ୟ ପୁଣିଥରେ ସେ ମା’ ହେବାକୁ ଯାଉଥିଲା। ଆଉ ଏହି ରାଗ ସାଜିଥିଲା ପ୍ରମୁଖ କାରଣ ପ୍ରଥମ ସଉତୁଣୀକୁ ହତ୍ୟା କରିବାର। ହଁ ସଉତୁଣୀ ସାଜିଛି ପାଶିଚୁଣୀ। ଗର୍ଭବତୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ତା ପେଟକୁ ପେଟକୁ ଗୋଇଠା ମାରି ଛୁଆ ନଷ୍ଟ କରିବା ସହ ତାକୁ ଜୀବନରୁ ମାରି ଦେଇଛି। ତେବେ ପୂରା ଘଟଣା ହେଉଛି କି, କୋରାପୁଟ ବୈପାରିଗୁଡା ଥାନା ଅନ୍ତର୍ଗତ ଦୋରାପୁଟ ଗ୍ରାମର ବିନୋଦ ବାଇକ୍ ୮ ବର୍ଷ ତଳେ ଘୁମର ପଞ୍ଚାୟତର ଥାଟୁଗୁଡା ଗ୍ରାମର ସତ୍ୟବତୀଙ୍କୁ ବିବାହ କରିଥିଲେ।

ଉଭୟଙ୍କ ଦୁଇଟି ସନ୍ତାନ ଥିବାବେଳେ କିଛି ବର୍ଷ ପରେ ବିନୋଦ ଦଣ୍ଡାବାଡି ଗ୍ରାମର ବୈଜୟନ୍ତୀଙ୍କୁ ପ୍ରେମ ବିବାହ କରି ଦ୍ବିତୀୟ ପତ୍ନୀ ଭାବେ ଗ୍ରହଣ କରିଥିଲେ। ପ୍ରଥମ ପତ୍ନୀ ସତ୍ୟବତୀ ଏବଂ ଦ୍ବିତୀୟ ପତ୍ନୀ ବୈଜୟନ୍ତୀଙ୍କ ସହ ମିଶି ତିନିଜଣ ଏକାଠି ରହୁଥିଲେ । ଦୁଇ ସଉତୁଣୀଙ୍କ ମଧ୍ୟରେ ଅନେକ ସମୟରେ କଳି ଝଗଡା ହେଉଥିଲା। ସ୍ୱାମୀ ନୋଦ ଘରେ ନଥିବା ବେଳେ ଶୁକ୍ରବାର ଭୋର ସମୟରେ ପ୍ରଥମ ପତ୍ନୀ ସତ୍ୟବତୀ ଶୋଇଥିବା ବେଳେ ଦ୍ବିତୀୟ ପତ୍ନୀ ବୈଜୟନ୍ତୀ ଟାଙ୍ଗିଆରେ ପ୍ରଥମେ ମୁଣ୍ଡରେ ଆକ୍ରମଣ କରିଥିଲା। ପରେ ଗର୍ଭବତୀ ସତ୍ୟବତୀଙ୍କ ପେଟରେ ଗୋଇଠା ମାରି ଜୀବନରେ ମାରି ଦେଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡୋଶୀ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ, ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।ବୈପାରିଗୁଡା ଥାନାରେ ଏତଲା ପରେ ଦ୍ବିତୀୟ ପତ୍ନୀ ବୈଜୟନ୍ତୀଙ୍କୁ ଗିରଫ କରଛି ପୁଲିସ୍। ପଚରାଉଚରା ବେଳେ ଅଭିଯୁକ୍ତ ହତ୍ୟା କରିଥିବା ମଧ୍ୟ ସ୍ୱୀକାର କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking