ଭୁବନେଶ୍ୱର: ୨୦୨୭ ଜନଗଣନା ପାଇଁ ଆରମ୍ଭ ହେଲା ୩ ଦିନିଆ ପ୍ରାକ୍ ପ୍ରଶିକ୍ଷଣ । ଟ୍ୱିନ୍ ସିଟି ସହ ମୟୂରଭଞ୍ଜ, ନବରଙ୍ଗପୁରରେ ଆଜିଠୁ ପ୍ରଶିକ୍ଷଣ ଆରମ୍ଭ ହେଲା । ରାଜ୍ୟର ୪ଟି ସ୍ଥାନରେ ନଭେମ୍ବର ୧୦ରୁ ୩୦ ଯାଏଁ ପ୍ରାକ୍ ଜନଗଣନା ହେବ । ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଜନଗଣନା । ଏଥର ପେପର୍ ନୁହେଁ ମୋବାଇଲ୍ ଆପ୍ରେ ହେବ ଜନଗଣନା । ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା କାର୍ଯ୍ୟ । ଦୀର୍ଘ ୧୭ ବର୍ଷ ପରେ ଦେଶରେ ଆରମ୍ଭ ହେବ ଜାତିଭିତ୍ତିକ ଜନଗଣନା । ୨୦୨୬ ଅକ୍ଟୋବର ପହିଲାରେ ପ୍ରଥମ ପର୍ଯ୍ୟାୟ ଏବଂ ଓ ୨୦୨୭ ମାର୍ଚ୍ଚ ୧ରେ ଦ୍ୱିତୀୟ ପର୍ଯ୍ୟାୟ ଗଣନା କରାଯିବ ।










