21.1 C
Bhubaneswar
Monday, November 18, 2024
Homeଓଡିଶାଛାଡ଼ଖାଇ ସପ୍ତାହରେ ଘରେ ବନାନ୍ତୁ ମଲାଇ ଚିଙ୍ଗୁଡ଼ି

ଛାଡ଼ଖାଇ ସପ୍ତାହରେ ଘରେ ବନାନ୍ତୁ ମଲାଇ ଚିଙ୍ଗୁଡ଼ି

ଚିଙ୍ଗୁଡ଼ି ମଲାଇ ବନାଇବା ପାଇଁ ଆବଶ୍ୟକିୟ ଉପକରଣ ଗୁଡ଼ିକ ହେଲା –
୫୦୦ ଗ୍ରାମ ଚିଙ୍ଗୁଡ଼ି ,ସୋରିଷ ତେଲ ୪ ଚାମଚ,ଗୁଜୁରାତି,ଅଳେଇଚ,ଡ଼ାଲଚିନି ,ତେଜପତ୍ର ୨ ଟି ଲେଖାଏଁ , ପିଆଜ ଗୋଟିଏ ବଡ଼ ,କଞ୍ଚାଲଙ୍କା ୪ଟ , ଅଦା ରସୁଣ ପେଷ୍ଟ ୨ ଚାମଚ, ଟମାଟୋ ଗୋଟିଏ ବଡ଼ ସାଇଜ , ହଳଦି,ଲଙ୍କାଗୁଣ୍ଡ,ଜିରା ପାଉଡ଼ର ,ଧନିଆ ପତ୍ର, ନଡ଼ିଆ ରସ ଗୋଟେ କପ , ଗରମ ମସଲା ସବୁଥିରୁ ୧ ଚାମଚ ,ଧନିଆପତ୍ର ଓ ସ୍ୱାଦ ଅନୂସାରେ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ –
ପ୍ରଥମେ ଚିଙ୍ଗୁଡ଼ିରେ ଲୁଣ ଓ ହଳଦୀ ମିଶାଇ ୫-୧୦ ମିନିଟି ଯାଏଁ ରଖିଦେବା । ବଡ଼ ପିଆଜ ,ଟମାଟୋ, କଞ୍ଚାଲଙ୍କାକୁ ଭଲଭାବେ କାଟି ରଖନ୍ତୁ , ନଡ଼ିଆ ରସ ମଧ୍ୟ ଗୋଟେ କପ ରଖିଥିବା । ପ୍ରଥମେ ଚିଙ୍ଗୁଡ଼ିକ ପ୍ୟାନରେ ତେଲ ଗରମ କରି ଭଲଭାବେ ଭାଜିଦେବା, ସେହି ପ୍ୟାନରେ ଆଉ୨ ଚାମଚ ତେଲ ପକାଇ ୨ଟି ଅଳେଇଚ, ଡ଼ାଲଚିନି ଓ ତେଜପତ୍ର ଦେଇକି କିଛି ସମୟ ଭାଜିନେବା । ଏବେ କଟା ହୋଇଥିବା ପିଆଜକୁ ପକାଇ ଗୋଲ୍ଡେନ ବ୍ରାଉନ ହେବା ଯାଏଁ ଭାଜି ସେଥିରେ କଞ୍ଚାଲଙ୍କା ପକାଇ ମିଶେଇ ଦେବା । ଏହାପରେ ଏଥିରେ ଗୋଟେ ଚାମଚ ଅଦା ରସୁଣ ପେଷ୍ଟ ଦେଇ ଭଲସେ ମିଶାଇବା ଓ ମିଡ଼ିୟମ ଫ୍ଲେମରେ କିଛି ସମୟ ଭାଜିବା । ଏବେ କଟା ଟମାଟୋକୁ ପକାଇ ନରମ ହେବା ପାଇଁ ଲୁଣ ଗୋଟେ ଚାମଚ ପକାଇ ୩-୪ ମିନିଟ ଯାଏଁ ଭାଜିବା । ଏବ ଉପରୋକ୍ତ ସବୁ ମସଲା ଗୁଡ଼ିକୁ ପକାଇ ସେଥିରେ ଅଧକପ ପାଣିଦେଇ ମିଡ଼ିୟମ ଆଞ୍ଚରେ କଷିବା । ଏଥିରେ ଭଜା ହୋଇଥିବା ଚିଙ୍ଗୁଡ଼ିକୁ ପକାଇ ଅଲ୍ପଟିକେ କଷି ସେଥିରେ ନଡ଼ିଆ ରସ ଦେବା ଓ ଢାଙ୍କୁଣୀ ଘୋଡ଼ାଇ ୫-୭ ମିନିଟ ଯାଏଁ ଛାଡ଼ିଦେବା । ଏବେ ଶେଷରେ ଅଧ ଚାମଚ ଗରମ ମସଲା ପକାଇ ଗୋଳାଇ ନେବା । ଏଥିରେ ଉପରେ କଟା ଧନିଆ ପତ୍ର ପାଇ ମିଶାଇବା । ଏବେ ପ୍ରସ୍ତୁତ ହୋଇଗଲା ମଲାଇ ଚିଙ୍ଗଡ଼ି । ଏହାକୁ ଆପଣ ଗରମ ଗରମ ଭାତ କିମ୍ବା ରୋଟି ସହ ପରଷି ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking