27.1 C
Bhubaneswar
Saturday, June 22, 2024
Homeଓଡିଶାନବୀନଙ୍କୁ କଟାକ୍ଷ କରି ଏହା କହିଲେ ପ୍ରଶାନ୍ତ

ନବୀନଙ୍କୁ କଟାକ୍ଷ କରି ଏହା କହିଲେ ପ୍ରଶାନ୍ତ

ଖୋର୍ଦ୍ଧା : ଖୋର୍ଦ୍ଧା ଜେଲରୁ ବାହାରିଲେ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କୁ ରବିବାରଠାରୁ ତିନି ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲା ଦୌରାଜଜ-୧ମ।  ଆଜି ଜେଲରୁ ବିଧିବଦ୍ଧ ଭାବେ ୩ଦିନ ଜାମିନରେ ବାହାରିଛନ୍ତି।

ଜେଲ ବାହାରେ ତାଙ୍କୁ ଶତାଧିକ କର୍ମୀ, ନେତା ସମର୍ଥକ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ଫୁଲତୋଡା,ଫୁଲମାଲ ପିନ୍ଧାଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।  ଏହି ଅବସରରେ ବିଧାୟକ ପ୍ରଶାନ୍ତ ଜଗଦେବ କହିଲେ ଜେଲରେ ଥାଇ ବିଧାୟକ ଭାବେ ନିର୍ବାଚିତ ହୋଇଛି। ଆଜି ଜେଲରୁ ବାହାରି ବିଜୟ ଉତ୍ସବ ଆରମ୍ଭ କରିଛି। ଆଜିଠୁ ନବୀନ ଓ ବିଜେଡି ଦଳର ଯୁଗ ସରିଲା। ଆଜିଠୁ ଖୋର୍ଦ୍ଧା ଓ ଓଡିଶାରେ ଭାଜପାର ସରକାର ଦେଖିବେ ଜନତା। ନବୀନଙ୍କୁ କଟାକ୍ଷ କରି କହିଲେ ବିଜେଡିର ଶୋଚନୀୟ ପରାଜୟ ପରେ ନବୀନ ପାଣ୍ଡିଆନଙ୍କୁ କ୍ଲିନଚିଟ୍‌ ଦେଉଛନ୍ତି। ଓଡିଶାରୁ ତାମିଲ ଶାସନ ହଟିଲା। ନବୀନଙ୍କ ପାଣ୍ଡିଆନ ପ୍ରେମ ଏବେ ବି ସରିନି। ଲୋକଙ୍କ ଭଲ ପାଇବା ଏବେ ବି ମୋ ପ୍ରତି ରହିଛି। ଜୀବନର ଶେଷ ରକ୍ତ ବିନ୍ଦୁ ଯାଏ ଖୋର୍ଦ୍ଧା ଲୋକଙ୍କ ସେବା କରିବି ବୋଲି ପ୍ରଶାନ୍ତ କହିଛନ୍ତି।

ଶନିବାର ପାଣ୍ଡିଆନଙ୍କୁ ନେଇ ନବୀନ କହିଥିଲେ, ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ଅଫିସର ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି, ନିର୍ବାଚନ ଲଢ଼ି ନାହାନ୍ତି। ମୋ ଉତ୍ତରାଧିକାରୀ ପାଣ୍ଡିଆନ ନୁହଁନ୍ତି ଆଉ ଥରେ ସ୍ପଷ୍ଟ କରୁଛି। ପାଣ୍ଡିଆନ ଜଣେ ସଚ୍ଚୋଟ ଓ ଦକ୍ଷ ବ୍ୟକ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking