ଭୁବନେଶ୍ୱର: ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ପ୍ରସନ୍ନ ଆଚାର୍ଯ୍ୟ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅପ୍ରାସଙ୍ଗିକ । ସରକାର ଭିତରେ ସାମଞ୍ଜସ୍ୟ ରହିଛି । ରାଜ୍ୟପାଳଙ୍କ ସହିତ ତାଳମେଳ ଅଛି । ବିଧାନସଭାରେ କୌଣସି ବିଜିନେସ୍ ନଥିବାରୁ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଏବଂ ବିରୋଧୀ ଦଳ ନେତା ଆଲୋଚନା କରି ଗୃହକୁ ବନ୍ଦ କରିଛନ୍ତି । ଯେଉଁ ବିଲ୍ କଥା କହୁଛନ୍ତି ତାହା ଆଗାମୀ ଅଧିବେଶନରେ ଆସିପାରିବ ବୋଲି ଅଶୋକ ମହାନ୍ତି କହିଛନ୍ତି । ତେବେ ୧୬ ଦିନ ଆଗରୁ ବିଧାନସଭା ବନ୍ଦ ନେଇ ବର୍ଷିଥିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ l ସେ କହିଥିଲେ ବିଧାନସଭାକୁ ଭୟ କରୁଛନ୍ତି ସରକାର । ୬ ମାସ ଭିତରେ ସିଭିୟର ରୋଗରେ ପୀଡ଼ିତ ହୋଇଛନ୍ତି ସରକାର l ସାମ୍ବିଧାନିକ ବ୍ୟବସ୍ଥାର ସଙ୍କଟ ଦେଖାଦେଇଛି । ସରକାର ଭିତରେ ସାମଞ୍ଜସ୍ୟ ନାହିଁ । ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ତାଳମେଳ ନାହିଁ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ।