26.1 C
Bhubaneswar
Tuesday, September 17, 2024
Homeଓଡିଶାକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଶାଳୀନତା ଶିଖାଇଲେ ପ୍ରଣବ ପ୍ରକାଶ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଶାଳୀନତା ଶିଖାଇଲେ ପ୍ରଣବ ପ୍ରକାଶ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଶାଣିତ ଆକ୍ରମଣ । ଧର୍ମେନ୍ଦ୍ରଙ୍କୁ ଶାଳୀନତା ଶିଖାଇଲେ ପ୍ରଣବ ପ୍ରକାଶ । ଓଡ଼ିଶାର ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର । ରାଜନୈତିକ କ୍ଷେତ୍ର ହେଉ ଅବା ସାଧାରଣ କ୍ଷେତ୍ରରେ ସଭିଏ ଏହି ସଂସ୍କୃତି ଓ ଶିଷ୍ଠାଚାରକୁ ସମ୍ମାନ ଦିଅନ୍ତି । ଅତ୍ୟନ୍ତ ଶାଳୀନତା ସହ କଥା ହେବା, ପ୍ରତିପକ୍ଷକୁ ସମ୍ମାନ ଦେବା ହିଁ ଓଡ଼ିଆଙ୍କ ପରିଚୟ । ଏହାହିଁ ଦେଶ ବିଦେଶରେ ଓଡ଼ିଶାକୁ କରିଛି ସମ୍ମାନିତ । ହେଲେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ପ୍ରତି ଧର୍ମେନ୍ଦ୍ରଙ୍କ ଆଚଣର ଓ ଅପମାନସୂଚକ ଶବ୍ଦ ପ୍ରୟୋଗ ନିନ୍ଦନୀୟ । ରାଜନୈତିକ ସ୍ବାର୍ଥ ପାଇଁ ଯିଏ ନିଜ ବାପାଙ୍କୁ ତାଲା ପକାଇ ଟିକେଟ ନିଅନ୍ତି, ତାଙ୍କଠାରୁ ଆଉ କଣ ଆଶା କରାଯାଏ ବୋଲି ନିଜ ସୋସିଆଲ ସାଇଡରେ ଲେଖିଛନ୍ତି ପ୍ରଣବ ପ୍ରକାଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ @dpradhanbjp ପୁରୀ ପରିକ୍ରମା ପ୍ରକଳ୍ପକୁ ବାରମ୍ବାର ବିରୋଧ କରୁଛନ୍ତି ଓ ପ୍ରତିଦିନ ଏହା ବିରୁଦ୍ଧରେ ବିଷୋଦଗାର କରୁଛନ୍ତି।

ଶ୍ରୀ ପ୍ରଧାନ ଭାବୁଛନ୍ତି କି ପୁରୀ ପରିକ୍ରମା ପ୍ରକଳ୍ପର କୌଣସି ଆବଶ୍ୟକତା ନାହିଁ। ତାହେଲେ ନିଜ ଦଳର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରି ଲକ୍ଷ ଲକ୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…
— Pranab Prakash Das (@pranabpdas) May 5, 2024

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking