31.1 C
Bhubaneswar
Tuesday, July 2, 2024
Homeଓଡିଶାମହିଳା ରୋଗୀଙ୍କ ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ପ୍ରାକ୍ତନ ବିଧାୟକ

ମହିଳା ରୋଗୀଙ୍କ ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ପ୍ରାକ୍ତନ ବିଧାୟକ

ରାଉରକେଲା : ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଆଜି ରାଉରକେଲା ସରକାରୀ ଡାକ୍ତରଖାନାରେ ପହଂଚି ପ୍ରଥମେ ସୁପରିନଣ୍ଟେଣ୍ଡେଣ୍ଟଙ୍କୁ ସାକ୍ଷାତ କରି ନବ ବର୍ଷର ଶୁଭେଚ୍ଛା ଜ୍ଞାପନ କରିଥିଲେ l ଏହି ଅବସରରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଡାକ୍ତରଖାନାର ଚିକିତ୍ସା ସେବା ପ୍ରସଙ୍ଗରେ ମଧ୍ୟ ଧ୍ୟାନ ଆକର୍ଷଣ କରି ଏ ଦିଗରେ ବିହିତ ପଦକ୍ଷେପ ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ l ବିଶେଷ କରି ସ୍ତ୍ରୀ ଓ ପ୍ରସୂତି ବିଭାଗ ଉପରେ ନିର୍ଭର କରୁଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ବିନମ୍ରତା ସହ ନିବେଦନ କରିଥିଲେ l ଆଜିକାଲି ୟୁଟ୍ରେସ ସମସ୍ୟା ସାଙ୍ଗକୁ ଗଲ୍ଫ ବ୍ଲଡ଼ର, ଟିୟୁମର ଓ ଷ୍ଟୋନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅସହାୟ ଗରିବ ରୋଗି ହନ୍ତସନ୍ତ ହେବା ଦେଖା ଯାଉଛି l ଅନୁରୂପ ଭାବେ ଏଭଳି ଅନେକ ପୁରୁଷ ରୋଗୀ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l

ସେମାନଙ୍କୁ କିଭଳି ଉପଯୁକ୍ତ ଓ ସୁଲଭ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିବ ସେ ଦିଗରେ ମେଡିକାଲ କତୃପକ୍ଷ ଯତ୍ନବାନ ହେବା ଜରୁରୀ ବୋଲି ପ୍ରଶାନ୍ତ କହିଥିଲେ l ଚିକିତ୍ସା ଆଳରେ ସେମାନଙ୍କୁ ଏଠାରେ ମାସ ମାସ ପକାଇନରଖି ସରକାରଙ୍କ ଯେଉଁ ଯୋଜନା ରହିଛି ତାହା ମାଧ୍ୟମରେ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ବ୍ୟବସ୍ଥା କରିବାକୁ ପ୍ରଶାନ୍ତ ନିଜ ଦାବି ପତ୍ରରେ ଉଲ୍ଲେଖ କରିବା ସହ ବିଭାଗୀୟ ଅଧିକାରୀ ଏ ଦିଗରେ ତତ୍ପରତା ପ୍ରକାଶ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଯୁବ ନେତା ବାବୁ ମହାନ୍ତି, ସରୋଜ ନାୟକ, ବିଶ୍ୱରଂଜନ ରାଉତ, ତନ୍ମୟ ସେଠୀ, ପ୍ରତାପ ପାଢ଼ୀ, ପ୍ରତାପ ସିଂ, ରାଜେଶ ମଣ୍ଡଳ, ନିଲୁ ସେଠୀ ଓ ଜିତେନ୍ ମାଛଖଣ୍ଡ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking