23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶପ୍ରକାଶ ସିଂହ ବାଦଲଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ; ପୈତୃକ ଗ୍ରାମରେ ହେଲା ଅନ୍ତିମ ସଂସ୍କାର

ପ୍ରକାଶ ସିଂହ ବାଦଲଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ; ପୈତୃକ ଗ୍ରାମରେ ହେଲା ଅନ୍ତିମ ସଂସ୍କାର

ଲମ୍ବି : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ପଞ୍ଚଭୂତ ବିଲୀନ ହୋଇଛନ୍ତି । ପୈତୃକ ଗ୍ରାମ ବାଦଲରେ ଗୁରୁବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ପୁତ୍ର ସୁଖବୀର ସିଂହ ବାଦଲ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ଗ୍ରାମର ଶ୍ମଶାନ ଘାଟରେ ସ୍ଥାନର ଅଭାବ କାରଣରୁ ତାଙ୍କ ବିଲରେ ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯାଇଛି । ଗୁରୁବାର ସକାଳେ ଅନ୍ତିମ ନଦର୍ଶକ ପାଇଁ ତାଙ୍କ ପାର୍ଥିବ ଶରୀର ବାସଭବନରେ ରଖାଯାଇଥିଲା ।

ଏଠାରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌, ରାଜ୍ୟପାଳ ବିଏଲ୍ ପୁରୋହିତ, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମର ଅବ୍‌ଦୁଲ୍ଲା ଏବଂ ଏନ୍‌ସିପି ମୁଖ୍ୟ ଶରଦ ପାୱାର୍ ପହଞ୍ଚି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ୯୫ ବର୍ଷୀୟ ପ୍ରକାଶ ସିଂହ ବାଦଲଙ୍କର ମଙ୍ଗଳବାର ରାତି ୭ଟା ୪୫ରେ ମୋହଲି ହସ୍ପିଟାଲ୍‌ରେ ନିଧନ ହୋଇଥିଲା । ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା । ସେ ପାଞ୍ଚଥର ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ ।

ଜୀବଦ୍ଦଶାରେ ବାଦଲ ମୋଟ ୧୧ ଥର ବିଧାୟକ ହୋଇଥିଲେ । ଥରେ ମଲୋଟ୍‌, ୫ ଥର ଗିଦଡ଼ବାହା ଏବଂ ୫ ଥର ଲମ୍ବି ବିଧାନସଭା ଆସନରୁ ଜିତିଥିଲେ । ୭୫ ବର୍ଷର ରାଜନୈତିକ କ୍ୟାରିୟର୍‌ରେ ସେ ମାତ୍ର ଦୁଇଥର ୧୯୬୭ ଏବଂ ୨୦୨୨ରେ ନିର୍ବାଚନ ହାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking