17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଚନ୍ଦ୍ରରେ ବୁଲୁଛି ପ୍ରଜ୍ଞାନ୍‌, ଖୋଜୁଛି ଅଜଣା ତଥ୍ୟ.......

ଚନ୍ଦ୍ରରେ ବୁଲୁଛି ପ୍ରଜ୍ଞାନ୍‌, ଖୋଜୁଛି ଅଜଣା ତଥ୍ୟ…….

ନୂଆଦିଲ୍ଲୀ:ଭାରତର ଚନ୍ଦ୍ର ବିଜୟ ପରେ ଏବେ ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ଖୋଜୁଛି ଅଜଣା ତଥ୍ୟ। ହାତରେ ଆଉ ୧୧ ଦିନ ସମୟ ଥିବାବେଳେ ଆଉ କିଛି ମିଟର ଆଗକୁ ଗଡିଛି ରୋଭର ପ୍ରଜ୍ଞାନ। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ ଓହ୍ଲାଇଥିବା ସ୍ଥାନ- ଶିବଶକ୍ତି ପଏଣ୍ଟର ଚତୁର୍ଦ୍ଦିଗରେ ଘୁରି ବୁଲୁଛି ରୋଭର ପ୍ରଜ୍ଞାନ। ଏନେଇ ଟ୍ୱିଟ୍ କରି ଇସ୍ରୋ ସୂଚନା ଦେଇଛି।

ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ୮ ମିଟର ବାଟ ଗଡ଼ିଛି । ଚ୍ୟାଲେଞ୍ଜପୂର୍ଣ୍ଣ ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ସହ ସେଠାକାର ମାଟି ଓ ପଥର ସଂପର୍କିତ ତଥ୍ୟ ସଂଗ୍ରହ କରୁଛି ରୋଭର। ତାର ପ୍ରତିଟି ଗତିବିଧି ଲ୍ୟାଣ୍ଡର ଇମେଜର କ୍ୟାମେରାରେ କଏଦ ହେଉଛି। ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନ ୫ ଶହ ମିଟର ଗଡିବ। ଏହାରି ଭିତରେ ସୌର ବିକିରଣ, ଉତ୍ତାପ ଓ ଧୂଳି ଭଳି ପ୍ରତିକୂଳ ସ୍ଥିତିର ମୁକାବିଲା କରି ଚନ୍ଦ୍ରର ରହସ୍ୟ ଉପରୁ ଧିରେ ଧିରେ ପରଦା ହଟାଉଛି ରୋଭର ପ୍ରଜ୍ଞାନ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking