23.1 C
Bhubaneswar
Monday, February 23, 2026
Homeଓଡିଶାପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୫ତମ ସମ୍ବିଧାନ ଦିବସ ପାଳିତ

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୫ତମ ସମ୍ବିଧାନ ଦିବସ ପାଳିତ

ଭୁବନେଶ୍ୱର: ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୭୫ ତମ ସମ୍ବିଧାନ ଦିବସ ଭୁବନେଶ୍ୱର କଂଗ୍ରେସ ଭବନଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ସମସ୍ତ ସମଭାବାପନ୍ନ ରାଜନୈତିକ ଦଳକୁ (ଇଣ୍ଡିଆ ମେଂଟ) ନେଇ “ସମ୍ବିଧାନ ଓ ଭାରତୀୟ ଗଣତନ୍ତ୍ର” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଶ୍ରୀ କାଡାମ ଉପସ୍ଥିତ ନେତୃବୃନ୍ଦଙ୍କୁ ସର୍ବପ୍ରଥମେ ସମ୍ବିଧାନର ମୁଖବନ୍ଧ ପାଠ କରାଇଥିଲେ। ସ୍ୱାଗତ ଭାଷଣ ଦେଇ କଂଗ୍ରେସ ବିଧାୟକ ଦଳ ଉପନେତା ଶ୍ରୀ ଅଶୋକ ଦାସ ସମ୍ବିଧାନ ସୁରକ୍ଷା ଆମ୍ଭମାନଙ୍କର ପ୍ରଧମ ଦାୟିତ୍ୱ ବୋଲି କହିଥିଲେ।

ଉଦବୋଧନ ଦେଇ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ଶ୍ରୀ ଶରତ ରାଉତ, ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର ଖୁଂଟିଆ, ପଂଚାନନ କାନୁନଗୋ, ଅନନ୍ତ ପ୍ରସାଦ ସେଠୀ, ସୋଫିଆ ଫିରଦୋସ, ସିପିଆଇ ଏମଏଲର ଯୁଧିଷ୍ଠୀର ମହାପାତ୍ର, ସିପିଆଇର ଆଶିଷ କାନୁନଗୋ, ଆପର ନିଶିକାନ୍ତ ମହପାତ୍ର, ସିପିଆଇଏମର ସୁରେଶ ପାଣିଗ୍ରାହୀ, ଆରଜେଡିର ହେମନ୍ତ କୁମାର, ଫରୱାର୍ଡ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ କହିଲେଯେ ଭାରତର ସମ୍ବିଧାନ ପ୍ରତ୍ୟେକ ଭାରତବାସୀଙ୍କର ରକ୍ଷାକବଚ। ସମ୍ବିଧାନ ସୁରକ୍ଷିତ ରହିଲେ ଜନସାଧାରଣ ସୁରକ୍ଷିତ ରହିପାରିବେ। କିନ୍ତୁ ବର୍ତମାନ ସମ୍ବିଧାନକୁ ହତ୍ୟା କରିବାପାଇଁ ଯେଉଁ ଷଡଯନ୍ତ୍ର ଚାଲିଛି ତା’ର ନିନ୍ଦା କରହିଥିଲେ।

ଏହି ଆଲୋଚନାକୁ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପରିଚାଳନା କରିଥିଲେ ଏବଂ ଶ୍ରୀ ଶିବାନନ୍ଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଗିରିଧର ଗମାଙ୍ଗ, ଡ. ବିଶ୍ୱରଞ୍ଜନ ମହାନ୍ତି, ଡ. ଦେବାଶିଷ ପଟ୍ଟନାୟକ, ସୁରେଶ ମହାପାତ୍ର, ସସ୍ମିତା ବେହେରା, ମନୋରଞ୍ଜନ ଦାଶ, ବିଶ୍ୱଜିତ ଦାଶ, ପ୍ରକାଶ ଜେନା, ସନ୍ତୋଷ ଜେନା, ଡ. ଲଲଟେନ୍ଦୁ ମହାପାତ୍ର, କିଶୋର ଜେନା, ବିଷ୍ଣୁ ବାରିକ, ଅଶୋକ ଦାସ, ସ୍ମୃତିରଞ୍ଜନ ଲେଙ୍କା, ରାଜୀବ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ରବିନ୍ଦ୍ର କୁମାର ମଲ୍ଲିକ, ସୁବ୍ରତ ମହାପାତ୍ର, ନଜିବୁର ରେହମନ ଖାନ, ତ୍ରିଲୋଚନ ମହାନ୍ତି, ବିଶ୍ୱରଞ୍ଜନ ଜେଠୀ, ରଜନୀ ମହାନ୍ତି, ତରୁଣ ମିଶ୍ର, ପ୍ରଣତି ମିଶ୍ର, ଆଲୋକ ମହାନ୍ତି, ରଣଜିତ ଦାଶ, ଜୟକୃଷ୍ଣ ସୁବୁଦ୍ଧି, ନିରଞ୍ଜନ ନାୟକ, ନଳିନୀକାନ୍ତ ନାୟକ, ଶ୍ରୀନିବାସ ରାଉତରାୟ, ମିହିର ଆଚାର୍ଯ୍ୟ, ଗିତାଞ୍ଜଳି ମହାନ୍ତି, କୁସୁମ ପ୍ରଧାନ, ଦେବି ପ୍ରସାଦ ବାହାଲିଆ, ମୋଟରାଜ ଡୁଙ୍ଗଡୁଙ୍ଗ, ଅମିତା ବିଶ୍ୱାଳ, ଲିଙ୍ଗରାଜ ସାହୁ, ପ୍ରଶାନ୍ତ ଚମ୍ପତି, ବିଶ୍ୱଜିତ ମହାପାତ୍ର, ନିରଞ୍ଜନ ସାମଲ ପ୍ରମୁଖ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking