ଭୁବନେଶ୍ୱର: ଟାଟା ପାୱାରକୁ ସିଧାସଳଖ ଭାବେ ଦୋଷ ଦେଲେ ବିଜେଡି ସାଂସଦ ଅମର ପଟ୍ଟନାୟକ । ଲୋଡ ବାଲାନ୍ସିଂ ଠିକ୍ ଭାବେ ହୋଇପାରୁ ନଥିବରୁ ବିଜୁଳି କଟୁଛି । ବିଦ୍ୟୁତ ବିତରଣରେ ଗ୍ୟାପ୍ ବା ସଟଫଲ ରହୁଛି କିନ୍ତୁ ରିଭ୍ୟୁ କରୁନାହିଁ । ଟାଇମ୍ ଟୁ ଟାଇମ୍ ଅପଗ୍ରେଡ୍ କରାଯାଉନାହିଁ କିନ୍ତୁ ଏବେ ଏହାର କରିବାର ସମୟ ଆସିଯାଇଛି । ଛୋଟ ଠାରୁ ବଡ ସବୁ ବିପର୍ଯ୍ୟୟକୁ ନେଇ ଡିଜାଷ୍ଟର ପ୍ଲାନ କରାଯାଏ ।
ସେଇ ପ୍ଲାନଟା ଏଥର ମୁଁ ଦେଖିବାପକୁ ପାଇଲି ନାହିଁ । ଯଦି ଟାଟା ପାୱାର ଏଥଟା କରେଇ ଥାନ୍ତା କି ଏବେ କରିବ ତାହାଲେ ଆମର ଆସ୍ଥା ବଢିବ । ଲୋକେ ଜାଣିପାରିବେ କେତେ ଘଣ୍ଟା ଭିତରେ ବିଜୁଳି ମିଳିବ । ରାଜ୍ୟ ଜାତୀୟ ବିପତ୍ତିକୁ ସଫଳତାର ସହ ମୁକାବିଲା କରିପାରୁଛି । କିନ୍ତୁ ଟାଟା ପାୱାର ଘର ସଂସ୍ଥା ହୋଇ ପରିପାରୁନି ଏହା ଆଶ୍ଚର୍ଯ୍ୟର କଥା ବୋଲି କହିଛନ୍ତି ଅମର ପଟ୍ଟନାୟକ ।