27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଗ୍ରୀଷ୍ମ ଋତୁରେ ବିଜୁଳିକାଟ ନକରିବାକୁ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂହଙ୍କ ପରାମର୍ଶ

ଗ୍ରୀଷ୍ମ ଋତୁରେ ବିଜୁଳିକାଟ ନକରିବାକୁ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂହଙ୍କ ପରାମର୍ଶ

ନୂଆଦିଲ୍ଲୀ : ଆଗାମୀ ଗ୍ରୀଷ୍ମ ଋତୁରେ ବିଜୁଳିକାଟ ନକରିବା ପାଇଁ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂହ ସେ ସମସ୍ତ ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଗ୍ରୀଷ୍ମଋତୁରେ ପର୍ଯ୍ୟାପ୍ତ ପରିମାଣର ବିଜୁଳି ଶକ୍ତି ଉପଲବ୍ଧ କରାଇବା ଲାଗି ଶକ୍ତିମନ୍ତ୍ରୀ ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସେହି ବୈଠକରେ ଶକ୍ତି ମନ୍ତ୍ରଣାଳୟ, କୋଇଲା ମନ୍ତ୍ରଣାଳୟ ଓ ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଫିସରମାନେ ଯୋଗ ଦେଇଥିଲେ। ବୈଠକ ସମୟରେ ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ବିଜୁଳି ଚାହିଦା ପୂରଣ ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ଶକ୍ତିମନ୍ତ୍ରୀ ସମସ୍ତଙ୍କୁ କହିଛନ୍ତି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଇଲା ବଣ୍ଟନରେ ଏକ ନିରପେକ୍ଷ ତଥା ପାରଦର୍ଶୀ ପଦ୍ଧତି ଗ୍ରହଣ କରାଯିବା ଲାଗି ଶ୍ରୀ ସିଂହ କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking