25.1 C
Bhubaneswar
Wednesday, March 25, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା : ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁତ ରଖିବାକୁ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟା : ପର୍ଯ୍ୟାପ୍ତ ପରିମାଣର ଔଷଧ ମହଜୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଲୋକସେବା ଭବନ ସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ମିଳନୀ କକ୍ଷଠାରେ ବିଭାଗର ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରଶାସନଙ୍କୁ ବାତ୍ୟା, ବନ୍ୟା ଓ ବିପର୍ଯ୍ୟୟ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ, ଜିଲ୍ଲା, ଉପଖଣ୍ଡ ଓ ବ୍ଲକସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ, ସମସ୍ତ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ହାଲୋଜେନ ଟାବଲେଟ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ ମହଜୁତ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଗର୍ଭବତୀ ମହିଳାମାନଙ୍କୁ ନିକଟବର୍ତ୍ତୀ ମାଟରନିଟି ଗୃହକୁ ସ୍ଥାନାନ୍ତରଣ କରି ସେମାନଙ୍କ ପ୍ରତି ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି। ଡାକ୍ତରଖାନାମାନଙ୍କରେ ଡିଜି/ଜେନେରେଟର ଓ ପର୍ଯ୍ୟାପ୍ତ ପରିମାଣର ଡିଜେଲ ମହଜୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ, ଜିଲ୍ଲା ଓ ବ୍ଲକର ତ୍ୱରିତ ପ୍ରତିକ୍ରିୟା ଦଳକୁ ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ସହିତ କୋଲଡ଼ ଚେନ ପଏଣ୍ଟ ଓ ପାୱାର ବ୍ୟାକପର ସୁବନ୍ଦୋବସ୍ତ, ଜଳର ନିୟମିତ ପରୀକ୍ଷା, ନିର୍ଦ୍ଦିଷ୍ଟ ପୋର୍ଟାଲରେ ନିୟମିତ ବ୍ୟବଧାନରେ ତଥ୍ୟ ଅପଲୋଡ୍‌, ଗର୍ଭବତୀ, ସାପ କାମୁଡା ଓ ଦୁର୍ଘଟଣା ପାଇଁ ସ୍ୱତନ୍ତ୍ର ବେଡ଼, ବ୍ୟାପକ ଜନସଚେତନତା, ଅକ୍ସିଜେନ ସିଲିଣ୍ଡର ମହଜୁତ ରଖିବା, ସଦର ମହକୁମା ନ ଛାଡିବା ଓ ଯେଉଁଠି ଔଷଧ ମହଜୁତ ନାହିଁ ବା ଅଧିକ ଔଷଧର ଆବଶ୍ୟକତା ରହିଛି ତୁରନ୍ତ ବିଭାଗକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଏ ତେଣୁ ସେଥିପାଇଁ ବିଶେଷ ଯତ୍ନବାନ ହୋଇ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ବୈଠକରେ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ, ମେଡିକାଲ କଲେଜ ଗୁଡିକର ଅଧିକ୍ଷକ ଓ ସମସ୍ତ ଜିଲ୍ଲାର ଜନସ୍ୱାସ୍ଥ୍ୟ ଓ ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking