20.1 C
Bhubaneswar
Wednesday, January 15, 2025
Homeଓଡିଶାଆଗକୁ ଧିରେ ଧୀରେ କମିବ ଆଳୁ ଦର

ଆଗକୁ ଧିରେ ଧୀରେ କମିବ ଆଳୁ ଦର

ଭୁବନେଶ୍ବର : ଭୁବନେଶ୍ବରରେ ପହଁଞ୍ଚିଲା ଉତ୍ତରପ୍ରଦେଶର ଆଳୁ । ଆଜି ୟୁପିରୁ ୧୨ଟି ଆଳୁ ଟ୍ରକ ଭୁବନେଶ୍ବର ଆଇଗିଣିଆରେ ପହଞ୍ଚିଛି । ୟୁପିରୁ ଆଳୁ ଆସିଲେ ବି ଦର ଅଧିକ ହେବ ନାହିଁ । ଆଗକୁ ଧିରେ ଧୀରେ କମିବ ଆଳୁ ଦର । ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ବଣିକ ମହାସଂଘ ସହ ସରିଛି ଆଲୋଚନା । ଏଣିକି ପଶ୍ଚିମବଙ୍ଗ ନୁହେଁ ଉତ୍ତର ପ୍ରଦେଶରୁ ଆଳୁ ଆସିବା ନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ଉତ୍ତରପ୍ରଦେଶ ଆଳୁ କ୍ବାଲିଟି ବହୁତ ଭଲ ରହିଛି । ଏଥର ବ୍ଲାକମେଲର ଶିକାର ହେବା ଅପେକ୍ଷା ସ୍ବାଭିମାନ ସହ ଆମ ବ୍ୟବସାୟୀ ବ୍ୟବସାୟ କରିବେ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ । ଏହା ସହ ପଶ୍ଚିମବଙ୍ଗ ପୋଲିସ ପ୍ରଶାସନ ଓଡ଼ିଆ ବ୍ୟବସାୟୀଙ୍କୁ ହଇରାଣ କରୁଛନ୍ତି । ୩୦କିମି ଦୂରରେ ଅଟକାଇ ୪୦ ହଜାର ଏବଂ ୫୦ ହଜାର ଟଙ୍କା ମାଗୁଛନ୍ତି ନଦେଲେ ମାଡ଼ ମାରୁଥିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି ଯୋଗାଣ ମନ୍ତ୍ରୀ । ଅନ୍ୟପଟେ ୟୁପିରୁ ଅଧିକ ଆଳୁ ଗାଡ଼ି ୪ ରୁ ୫ ଦିନ ଭିତରେ ଓଡିଶାରେ ପହଂଚିବ। ତେବେ ଅଗଷ୍ଟ ୨୨ ତାରିଖରୁ ଲାଗି ରହିଥିବା ଆଳୁ ସଂକଟରେ ଧୀରେ ଧୀରେ ସୁଧାର ଆସୁଛି । ଏବେ ବଜାରରେ ଆଳୁ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଗକୁ ଆହୁରି କମିବ ଦର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking