34.1 C
Bhubaneswar
Friday, October 18, 2024
Homeଓଡିଶାଆଳୁ ଦର ୩୨/୩୪ ହେଲାଣି : ମନ୍ତ୍ରୀ

ଆଳୁ ଦର ୩୨/୩୪ ହେଲାଣି : ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଏବେ ଆଳୁ ସଙ୍କଟ । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିବା ବନ୍ଦ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁର ଦର ୫୦ ଛୁଇଁଛି । ତେବେ ଖାଦ୍ୟ ଓ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାଜ୍ୟରେ ଏବେ ଆଳୁ ଦର ୩୨ରୁ ୩୪ ଟଙ୍କା ମଧ୍ୟରେ ରହିଛି । ସେ କହିଛନ୍ତି ଯେ ଆଳୁ ଦର ସ୍ୱାଭାବିକ ହେଉଛି । ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା । ଏବେ ଆସିବା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଓଡ଼ିଶାକୁ ଆଳୁ ଆସିବା ଆରମ୍ଭ ହୋଇଛି । ବଜାର ଦର ଧୀରେ ଧୀରେ ସ୍ୱାଭାବିକ ହେଉଛି । ଦର ୩୨/୩୪ ଟଙ୍କା ହେଲାଣି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ଯେ ମନ୍ତ୍ରୀ ଆଳୁ ଦର ୩୨/୩୪ ଟଙ୍କା ଟଙ୍କା କହୁଥିବାବେଳେ ରାଜ୍ୟର ଅନେକ ସ୍ଥାନରେ ଦଳ ଉଚ୍ଚା ରହିଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱର ଓ କଟକରେ ଆଳୁ ଦର ୫୦ରୁ ୬୦ ଟଙ୍କା ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking