18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପଶ୍ଚିମବଙ୍ଗ : ନିର୍ବାଚନ ପରବର୍ତ୍ତୀ ହିଂସାଜନିତ ହତ୍ୟା, ସିବିଆଇ ଦ୍ୱାରା ୯ ଟିଏମ୍‌ସି କର୍ମୀ ଗିରଫ

ପଶ୍ଚିମବଙ୍ଗ : ନିର୍ବାଚନ ପରବର୍ତ୍ତୀ ହିଂସାଜନିତ ହତ୍ୟା, ସିବିଆଇ ଦ୍ୱାରା ୯ ଟିଏମ୍‌ସି କର୍ମୀ ଗିରଫ

କୋଲକାତା : ଗତବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ସମୟରେ ହିଂସାଜନିତ ହତ୍ୟା ମାମଲାରେ ସିବିଆଇ ଶୁକ୍ରବାର କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ୯ ଜଣ କର୍ମୀଙ୍କୁ ଗିରଫ କରିଛି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୨୧ ଅଗଷ୍ଟରେ ହତ୍ୟା ଘଟଣାର ତଦନ୍ତଭାର ସିବିଆଇ ଉପରେ ନ୍ୟସ୍ତ କରାଯାଇଥିଲା । ଉକ୍ତ ନିର୍ବାଚନରେ ଟିଏମ୍‌ସିର ବିପୁଳ ବିଜୟ ଘଟିଥିବାବେଳେ ଫଳାଫଳ ଘୋଷଣା ପରେ ଟିଏମ୍‌ସି କର୍ମୀମାନେ ପ୍ରତିହିଂସା ପରାୟଣ ହୋଇ ମୁଖ୍ୟତଃ ବିଜେପି ପ୍ରାର୍ଥୀ ଓ ସମର୍ଥକଙ୍କୁ ଟାର୍ଗେଟ କରିଥିଲେ । ଏଥିରେ ବହୁ ବିଜେପି ନେତା/କର୍ମୀ ମୃତାହତ ହୋଇଥିବାବେଳେ ଶତାଧିକ ଲୋକ ଗାଁ ଗଣ୍ଡା ଛାଡି ଅନ୍ୟତ୍ର ପଳାୟନ କରିଥିଲେ ।

ଭଙ୍ଗାରୁଜା ଓ ଲୁଟ୍‌ପାଟ୍ ଘଟଣାର ତଦନ୍ତ ନିମନ୍ତେ ହାଇକୋର୍ଟ ଏକ ଏସ୍‌ଆଇଟି ଗଠନ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ସିବିଆଇ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସଂସ୍ଥା ହୋଇଥିବାରୁ ଟିଏମ୍‌ସିକୁ କୌଣସି ଅନୁକମ୍ପା ମିଳିବାର ସମ୍ଭାବନା ନାହିଁ ବୋଲି ସେତେବେଳେ ଅଭିଯୋଗ ହୋଇଥିଲା । ଇତିମଧ୍ୟରେ ୯ ଦଳୀୟ କର୍ମୀଙ୍କୁ ଗିରଫ କରାଯାଇଥିବାରୁ ସିବିଆଇର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି ଟିଏମ୍‌ସିର ରାଜ୍ୟସଭା ସାଂସଦ ଶାନ୍ତନୁ ସେନ୍ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଟିଏମ୍‌ସିର ଏଭଳି ଅଭିଯୋଗକୁ ପଶ୍ଚିମବଙ୍ଗ ବିଜେପି ମୁଖପାତ୍ର ସମିକ୍ ଭଟ୍ଟାଚାର୍ଯ୍ୟ ଖଣ୍ଡନ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସିବିଆଇ କାର୍ଯ୍ୟ କରୁଥିବାରୁୁ ଏଥିରେ ବିଜେପିର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking